-
ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗ
ନୂଆଦିଲ୍ଲୀ-ପୁରୀ ବଗଲା ଧର୍ମଶାଳା ଜମିକୁ ପୁରୀ ଜିଲ୍ଲା ପ୍ରଶାସନ ପ୍ଲଟିଂ କରି ବିକ୍ରୀ କରୁଥିବା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ମୁଖପାତ୍ର ସମ୍ବିତ ପାତ୍ର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଛନ୍ତି । ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ସଂପର୍କରେ ଅନୁଧ୍ୟାନ କରି ସୋମବାର ସୁଦ୍ଧା କେନ୍ଦ୍ରମନ୍ତ୍ରୀ ଏହା ଉପରେ ନିଜର ମତାମତ ରଖିବେ ବୋଲି କହିଛନ୍ତି ଶ୍ରୀ ପାତ୍ର ।
ବେଆଇନ ଭାବେ କୋର୍ଟରେ ମାମଲା ଚାଲିଥିବା ବେଳେ ରାଜ୍ୟ ସରକାର ଜମିଟିକୁ ବିକ୍ରି କରିଥିବା ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଗାମୀ ଦିନରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜଣାଇବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।