
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୭/୦୮/୨୦୨୦,ବିଶ୍ୱହିନ୍ଦୁ ପରିଷଦ ଏକ ସର୍ବସାଧାରଣ ବିଶ୍ୱବ୍ୟାପି ହିନ୍ଦୁ ସଂଗଠନ |ଜଗନ୍ନାଥ ଧାମ ପୁରୀ ଶ୍ରୀକ୍ଷେତ୍ରରେ ଥିବା କହ୍ନେୟାଲାଲ ବଗଲା ଧର୍ମଶାଳାକୁ ଚଞ୍ଚକତା ପୂର୍ବକ ସରକାରଙ୍କ ଦ୍ୱାରା କିଛି ଲୋକଙ୍କୁ ବିକ୍ରୟ କରାଯାଇଥିବା ସମ୍ଭାବ୍ୟ, ସମ୍ବାଦପତ୍ର, ଓ ଦୂରଦର୍ଶନରୁ ଜାଣିବା ପରେ ବିଶ୍ୱହିନ୍ଦୁ ପରିଷଦ ମର୍ମାହତ ହୋଇ ବିକ୍ଷୋଭ ପ୍ରକାଶ କରି ପ୍ରସ୍ତାବ ରଖୁଛୁକି ଶ୍ରୀକ୍ଷେତ୍ରର ଧର୍ମଶାଳା ଗୁଡିକ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ବହିରାଗତ ଭକ୍ତମାନଙ୍କର ଆଶ୍ରୟ ସ୍ଥଳ ଥିଲା |ଶ୍ରୀକ୍ଷେତ୍ର ଅଧିବାସୀ ମାନଙ୍କ ପାଇଁ ଏକ ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳି ଥିଲା |ପରବର୍ତ୍ତୀ କାଳରେ ତାହାର ରକ୍ଷଣା ବେକ୍ଷଣ ପାଇଁ ଲଜିଂ ହାଉସ ଫଣ୍ଡ କୁ ଦାନ ସୂତ୍ରେ ଦିଆଯାଇଥିଲା |ମହାପ୍ରଭୁ ଶ୍ରୀଜଗନ୍ନାଥ ଉଦ୍ଦେଶ୍ୟରେ ଦାନ ସୂତ୍ରରେ ଗ୍ରହଣ କରିଥିବା ଧର୍ମଶାଳାକୁ କିଛି ଲୋକଙ୍କୁ ବିକ୍ରୟ କରିବା କେତେ ଦୂର ସୀମାଚୀନ ଏହି ବିଷୟରେ ବିବିଧ ରାଜନୈତିକ ଦଳ ରାଜନୈତିକ ଦୃଷ୍ଟିରୁ ଏହାକୁ ରୂପରଙ୍ଗ ଦେଇ ଆଲୋଚନା କରୁଛନ୍ତି ଯାହା ମଧ୍ୟ ଯଥାର୍ଥ ଅଟେ |କିନ୍ତୁ ଜମିକ୍ରୟ କରିଥିବା ବ୍ୟକ୍ତିର ମାଲିକାନା ସତ୍ୱକୁ ସେପରି ଦେୱାନୀ ମୋକଦ୍ଧମା ଦ୍ୱାରା ସରକାର ଉଚ୍ଛେଦ କରନ୍ତୁ ଯେପରି ବିକ୍ରୟ କରିଥିଲେ ତାହା ତ୍ରୁଟିପୂର୍ଣ୍ଣ ବୋଲି ସ୍ୱୀକାର କରି ହିନ୍ଦୁ ସମାଜ ଓ ତାର ଆରାଧ୍ୟ ଜଗନ୍ନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ |ପୁରୀଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ର ସଭାପତି ନାରାୟଣ ଦାଶ ଏହା ଲିଖିତରେ ଗଣମାଧ୍ୟମକୁ ଜଣାଇଛନ୍ତି |