-
ନିଟ ଓ ଜେଇଇ ପରୀକ୍ଷା ସ୍ଥଗିତ କରିବାକୁ କଲେ ଅନୁରୋଧ
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତା କରି ଦେଶରେ କୋବିଡ ଓ ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ନିଟ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ କକିବାକୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ ବର୍ତମାନ ଯେଉଁ ପରିସ୍ଥିତି ଅଛି ସେଥିରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେବାର ସମସ୍ୟା ସୃଷ୍ଟି ହୋଇ ପାରେ । ତେଣୁ ଏହାକୁ ଆଖି ଆଗରେ ରଖି ଏହି ପରୀକ୍ଷା ଗୁଡିକୁ ସ୍ଥଗିତ କରିବାକୁ ସେ ଅନୁରୋଧ କରିଛନ୍ତି ।
ଉଲ୍ଲେଖନୀୟ ଯେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ପଟ୍ଟନାୟକ ଦୁଇ ଦିନ ପୂର୍ବରୁ ପତ୍ର ଲେଖି ସାରିଛନ୍ତି ।