ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନ ପାଇଁ ଗୋଟିଏ ମାମଲା ରୁଜୁ କରା ଯାଇଛି । ଏହି ଗୋଟିଏ ମାମଲା ଲକଡାଉନ ଉଲ୍ଲଂଘନ ସମ୍ପର୍କିତ ବୋଲି ସୂଚନା ଦିଆ ଯାଇଛି । ରାଜ୍ୟ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
ସମ୍ବଲପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୧୩୦ ଜଣଙ୍କ ଠାରୁ ଜୋରିମାନା
ଭୁବନେଶ୍ୱର – ସମ୍ବଲପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୧୪୦ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ସମ୍ବଲପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
କଟକରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୧୧୬ ଜଣଙ୍କ ଠାରୁ ଜୋରିମାନା
ଭୁବନେଶ୍ୱର – କମିଶନରେଟ ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ କଟକରେ ଗତ ୧୧୬ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ସେହିପରି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ଅଭିଯୋଗରେ ୨୯୮ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା