-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୧୭୭ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୭୧୧୩ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୭୪୫, ବାଲେଶ୍ୱର ଜିଲ୍ଲାରେ ୩୨୯୪, ବରଗଡ ଜିଲ୍ଲାରେ ୧୬୪୫, ଭଦ୍ରକ ଜିଲ୍ଲାରେ ୨୧୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୬୧୯ . ବୌ ଦ୍ଧ ଜିଲ୍ଲାରେ ୫୪୮, କଟକ ଜିଲ୍ଲାରେ ୭୦୧୭, ଦେବଗଡ ଜିଲ୍ଲାରେ ୧୮୩, ଢେଙ୍କାନାଳ ଜିଲ୍ଲାରେ ୧୩୫୬. ଗଜପତି ଜିଲ୍ଲାରେ ୨୭୬୪, ଜଗତସିଂହପୁର ଜିଲ୍ଲାରେ ୧୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୩୪୮୧, ଝାରସୁଗୁଡା ଜିଲ୍ଲାରେ ୧୦୩୩, କଳାହାଣ୍ଡି ଜିଲ୍ଲାରେ ୧୧୮୭, କନ୍ଧମାଳ ୨୦୬୪, କେନ୍ଦ୍ରାପଡା ଜିଲ୍ଲାରେ ୧୪୬୧, କେନ୍ଦୁଝର ଜିଲ୍ଲାରେ ୧୬୫୬, ଖୋର୍ଧା ଜିଲ୍ଲାରେ ୧୩୯୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୦୭୪ , ମାଲକାନଗିରି ଜିଲ୍ଲାରେ ୨୧୩୭, ମୟୁରଭଂଜ ଜିଲ୍ଲାରେ ୨୬୮୩. ନବରଙ୍ଗପୁର ଜିଲ୍ଲାରେ ୯୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୬୩୭, ନୂଆପଡା ଜିଲ୍ଲାରେ ୩୫୯ , ପୁରୀ ଜିଲ୍ଲାରେ ୩୦୮୬, ରାୟଗଡା ଜିଲ୍ଲାରେ ୩୭୨୦. ସମ୍ବଲପୁର ଜିଲ୍ଲାରେ ୨୪୫୨. ସୁବର୍ଣପୁର ଜିଲ୍ଲାରେ ୫୬୮ ଓ ସୁନ୍ଦରଗଡ ଜିଲ୍ଲାରେ ୪୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।