ମାଲକାନଗିରି– କରୋନା କାଳରେ ନୂଆ ଠକେଇ !,ମାତିଛନ୍ତି ସାଇବର ଲୁଟେରା !,ନୂଆ ନୂଆ ତରିକାରେ ନିରୀହ ଲୋକଙ୍କ ଠାରୁ ଲୁଟିନେଉଛନ୍ତି ଟଙ୍କା! ଏବେ ୱାଟ୍ସଅପରେ ନିରୀହ ଲୋକଙ୍କ ସରଳତାର ଫାଇଦା ଉାଇ ଅର୍ଥ ଗାୟବ କରୁଛି ସାଇବର ଲୁଟେରା ! କେବିସି ନାଁରେ ଆଦିବାସୀ ଯୁବକଙ୍କ ଠାରୁ ଠକିନେଲେ 41,ହାର ଟଙ୍କା !ଏମିତି ଠକାମିର ଶିକାର ହୋଇଛନ୍ତି ଖଇରପୁଟ ବ୍ଲକ କନ୍ଧଅଟାଳଗୁଡା ଗାଁର ସାହେବ ପାଙ୍ଗି ! କିଛିଦିନ ତଳେ ସାହେବଙ୍କ ମୋବାଇଲ ରେ େବିସି ନାଁରେ ଏକ ମେସେଜ ଆସିଥିଲାତାଙ୍କୱାଟ୍ସଅପ ନମ୍ବରକୁ !ସେ କେବି ସି ରୁ ୨ ୫ ଲକ୍ଷ ଟଙ୍କା ର ଏକ ଲଟେରୀ ପାଇଥିବା କହିଥିଲା ଠକ !ଅଭାବ ଅନାଟନ ଯୋଗୁ ହୁଏତ ଅର୍ଥ ମିଳିଗଲେ ଘରର ସମସ୍ୟା ଦୂର ହୋଇଯିବ ସେ ଆଶାରେ ବାପା ଙ୍କ ନାଁରେ ମଞ୍ଜୁରହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ ଟଙ୍କାକୁ ନେଇଯାଇଥିଲା ସାହେବ !୫ 0ହଜାର ଟଙ୍କା ବାନ୍ଧିଲେ ସମସ୍ତ ଅ ଆସିଯିବ ବୋଲି ଠକର କଥାରେ ପଡି ଚାରିଟି କିସ୍ତିରେ ସେ 41ହଜାର ଟଙ୍କା ଠକ ଦେଇଥିବା ଆକାଉଣ୍ଟ ରେ ଜମାକରିଥିଲା !କିନ୍ତୁ ସପ୍ତାହେ ପରେ ବି କୋଣସି ଅର୍ଥ ଆସିନଥିଲା !ପୁଣି ବାରମ୍ବାର ଠକ କଲ କରି ଆହୁରି ଅର୍ଥ ବାନ୍ଧିବାକୁ କହିଥିଲା !ଅର୍ଥ ନଥିବାରୁ ଆଉ କିଛି କରିନପାରି ଚୁପ ହୋଇ ପଡ଼ିଥିଲେ ସାହେବ !ସମସ୍ତ ଅର୍ଥ ପୈଠ ନ କଲେ ଆଗରୁ ଦେଇଥିବା ଅର୍ଥ ସହ ଲଟେରୀ ବି ମିଳିବ ନାହିଁ ବୋଲି ଆଦିବାସୀ ଯୁବକକୁ ଚେତାଵନୀ ଦେଇଥିଲା ଠକ ! ଏପଟେ ଗରିବ ଶ୍ରେଣୀର ପରିବାର ହୋଇଥିବାରୁ ଆବାସ ଗୃହ ଟଙ୍କା ପୁଅ ବାନ୍ଧି ଦେବା ପରେ ଘରର ଅନ୍ୟ କାମ ସବୁ ବନ୍ଦ ହୋଇଯାଇଥିବା କହିଛନ୍ତି ସାହେବଙ୍କ ବାପା ଦୟା ପାଙ୍ଗି ! ଏହାସହ ଗାଁର ସମସ୍ତଙ୍କୁ ଏପରି ମେସେଜ ଆସିଥିବାରୁ ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଛି !ବାରମ୍ବାର ମାଲ୍କାଙ୍ଗୁରି ଜିଲ୍ଲାରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି !ନିରୀହ ଲୋକଙ୍କୁ ଲୋଭ ଦେଖାଇ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ଦୃବୃତ !ଏଥିପ୍ରତି ପୋଲିସ ପ୍ରଶାସପି ଦୃଷ୍ଟି ଦେବାପାଇଁ ଦାବୀ ହେଉଛି !
Related Stories
November 22, 2024