ମାଲକାନଗିରି – ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳ ସୀମାନ୍ତରେ ହେବାକୁ ଥିବା ପୋଲାଭରମ ପ୍ରକଳ୍ପ ଯାହା ଇନ୍ଦିରା ସାଗର ଡ୍ୟାମ ନାମରେ ମଧ୍ୟ ଖୁବ ପରିଚିତ । ଯାହାର ଲାଭ ଖାଉଛି ଆନ୍ଧ୍ର ସରକାର ଏବଂ ଦୁର୍ଦ୍ଦଶା ଭୋଗୁଛନ୍ତି ମାଲକାନଗିରି ଜିଲ୍ଲାବାସୀ । ପୋଲାଭରମ ପ୍ରକଳ୍ପ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ମୋଟୁ ଅଞ୍ଚଳ ବାସୀ !,ପ୍ରତିବର୍ଷ ବର୍ଷା ସମୟରେ ବନ୍ୟା ଯୋଗୁ ନଷ୍ଟ ହେଉଛି ବହୁ ଧନସମ୍ପର୍ତ୍ତି ତାସହ ଶହ ଶହ ହେକ୍ଟର ଚାଷଜମିର ଫସଲ । ଚଳିତ ବର୍ଷ ୯ ଦିନର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଥିଲେ ପାଖାପାଖି ୩ ଶହ ଚାଳଛପର ଘରର ଆଂଶିକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରାୟ ୨ ହଜାର ହେକ୍ଟର ଚାଷଜମିରେ ବନ୍ୟାଜଳ ମାଡି ଯାଇଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୋଲାଭରମ ପ୍ରକଳ୍ପଟି ଆନ୍ଧ୍ରପ୍ରଦେଶର ବଡ଼ ପ୍ରୋଜେକ୍ଟ ହୋଇଥିବାରୁ ସେମାନେ ଏହାକୁ ନେଇ ବହୁ ରାଜନୀତି କରୁଛନ୍ତି । ତାଙ୍କର ଏହି ମେଗା ପ୍ରୋଜେକ୍ଟ ଯୋଗୁ ଏବେ ଓଡ଼ିଶାର ମାଲକାନଗିରି ଜିଲ୍ଲାବାସୀ ଅନେକ କ୍ଷୟକ୍ଷତିର ସମ୍ମୁଖୀ ହେଉଛନ୍ତି ! ଆଗକୁ ସ୍ଥିତି ଆହୁରି ବିପଦ ଜଣକ ହେବ ବୋଲି ପୂର୍ବ ଅନୁମାନ କରାଯାଉଛି !ଯେମିତି ଗୋଦାବରୀ ନଦୀର ପଛୁଆ ପାଣି ଏବଂ ସିଲେରୁ ଓ ସାବେରୀ ନଦୀରୁ ପ୍ରବେଶ କରିଥିବାରୁ ବନ୍ୟାପାଣି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ସ୍ଥିର ହୋଇ ରହି ଯାଇଥାଏ ! ଯାହାଫଳରେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଛନ୍ତି । ଆନ୍ଧ୍ରପ୍ରଦେଶର ମେଗା ପ୍ରୋଜେକ୍ଟ ଇନ୍ଦିରା ସାଗର ଡ୍ୟାମ ତଥା ପୋଲାଭରମ ପ୍ରକଳ୍ପ ଟି ୧୯୭୮ ମସିହାରେ ଆନ୍ଧ୍ର ସରକାରଙ୍କ ଦ୍ଵାରା ଆନ୍ତଃରାଜ୍ୟ ଚୁକ୍ତି ଅନୁସାରେ ପରିକଳ୍ପନା କରାଯାଇଥିଲା । ସେତେବେଳେ ଏହି ଡ୍ୟାମର ଉଚ୍ଚତା ଡିଜାଇନ କରାଯାଇଥିଲା କେବଳ ୧୫୦ ଫୁଟ କିନ୍ତୁ ୧୯୯୭ ମସିହାରେ ପୁଣି ଏହାର ଉଚ୍ଚତା ବଢାଇବା ପାଇଁ ଆନ୍ଧ୍ର ସରକାର ଦାବି କରିଥିଲେ ଯେ ଏହାର ଉଚ୍ଚତା ୧୫୦ ଫୁଟ ବଦଳରେ ୧୮୨ ଫୁଟ କରାଯିବ । ଯାହାଫଳରେ ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନା ସରକାର ମିଳିମିଶି ବିରୋଧ କରିଥିଲେ । ହେଲେ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ପରେ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ର ସରକାର ତ୍ୱରାନ୍ୱିତ କରିଥିଲେ । ହେଲେ ପ୍ରୋଜେକ୍ଟଟି ଆନ୍ତଃରାଜ୍ୟ ପ୍ରକଳ୍ପ ହୋଇଥିବାରୁ ଏହା ବିରୁଦ୍ଧରେ ଓଡିଶା ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିବାକୁ ବାଧ୍ୟ ହୋଇଥିଲେ,ହେ ଏହାର ସମାଧାନ ଏବେ ସୁଦ୍ଧା ହୋଇପାରିନାହିଁ । ଏପଟେ ୨୦୧୯ ମସିହାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ,ସେଠାରେ ଉଲ୍ଲେଖ ଥିଲା ଯେ ପୋଲାଭରମ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ ପାଇଁ କୌଣସି କ୍ଷତିପୂରଣ କିମ୍ବା ଥଇଥାନର ଆବଶ୍ୟକତା ନାହିଁ । କାରଣ ଉଭୟ ସିଲେରୁ ଓ ସାବେରୀ ନଦୀ କୂଳରେ ଆଡିବାନ୍ଧି ଦେଲେ ଓଡିଶା କିମ୍ବା ଛତିଶଗଡ଼ ରାଜ୍ୟର କୌଣସି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିପାରିବ ନାହିଁ । କେନ୍ଦ୍ର ସରକାରଙ୍କ ଏହି ଜବାବରେ ବରେ ସମାଜସେବୀ ପ୍ରଭାକର ହନ୍ତାଳ ପ୍ରଶ୍ନ କରିଛନ୍ତି ଯଦି ଉଭୟ ନଦୀରେ ଆଡିବାନ୍ଧି ଦିଆ ଯାଏ ତୋ ତାହା ସହିତ ଜଡିତ ହେଉଥିବା ଛୋଟ ଛୋଟ ଶାଖା ନଦୀର ପାଣି କୁଆଡେ ଯିବ । ଏହିପରି କଲେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ କରି ହେବ ନାହିଁ ବରଂ ଏହା ମାଲକାନଗିରି ଜିଲ୍ଲାକୁ ଆହୁରି କ୍ଷୟକ୍ଷତି କରାଇବ । ବର୍ତ୍ତମାନ ସୁଦ୍ଧା ପୋଲାଭରମ ପ୍ରକଳ୍ପଟିର ମାତ୍ର ୫୦ % ପ୍ରତିଶତ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡୁଛି ଯଦି ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ କରାଯାଏ ତୋ ଭବିଷ୍ୟତରେ ଆଉ କେତେ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡିବ ତାହା ଆକଳନ କରାଯାଇପାରିବ ନାହିଁ ।
Related Stories
November 22, 2024