ମାଲକାନଗିରି-ମାଲକାନଗିରି ସାଉଥକୋ କର୍ମଚାରୀ ମାନେ ଏମଭି୭ ଗ୍ରାମକୁ ବକେୟା ବିଲ ଆଦାୟ ପାଇଁ ଯାଇଥିବାବେଳେ ଉକ୍ତ ଗାଁର ଉପଭୋକ୍ତା ଦୀପଙ୍କର ଵାଲା ଦୁଇଜଣ କର୍ମଚାରୀକୁ ମାଡ଼ ମାରିଥିବା ନେଇ କନିଷ୍ଠ ଯନ୍ତ୍ରୀ ସର୍ବେଶ୍ୱର ଶତପଥୀ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି ! ଅଫିସ ର ଗୌରହରି ସାମଲ ,ଓ ସଂଜୀବ କୁମାର ପାତ୍ର ଏମଭି ୭ ଗ୍ରାମର ଦୀପଙ୍କର ଙ୍କ ନାମରେ ଥିବା ଦୁଇଟି ବିଲରେ ୫0 ହଜାର ଟଙ୍କା ବାକି ରହିଥିଲା ! ଏଥିଲାଗି ତାଙ୍କର ଲାଇନ କାଟି ଦିଆଯାଇଥିଲା !ସେ ୫ 0ହଜାର ଟଙ୍କା ପରିବର୍ତେ ୧ ୫ ସହ ଟଙ୍କା ଆଣି ପୁନର୍ବାର ଲାଇନ ସଂଯୋଗ କରିବାକୁ କର୍ମଚାରୀକୁ କହିଥିଲା !ହେଲେ ୨ ୫ ହଜାର ଟଙ୍କା ନବାନ୍ଧିଲେ ସଂଯୋଗ ଦେଇହେବନାହିଁ କହିବାରୁ ସେମାନକୁ ଏକ କାଠଫାଳିଆରେ ଆକ୍ରମଣ କରିଥିଲା !ଏଥିରେ ସଂଜୀବ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା !ତାଙ୍କୁ ଗୁରୁତର ଅବସ୍ଥାରେ ସାଥି କର୍ମଚାରୀ ମାନେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ଆଣି ଥିଲେ !
Related Stories
November 23, 2024
November 23, 2024
November 23, 2024