
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୪୧ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରୁ ୩-୩ ଜଣ ହୋଇଥିବା ବେଳେ ଗଂଜାମ ଓ କଟକ ଜିଲ୍ଲାରୁ ୨-୨ ଜଣ ଅଛନ୍ତି । ସେହିପରି ଖୋର୍ଧା, କେନ୍ଦୁଝର ଓ ପୁରୀ ଜିଲ୍ଲାରୁୁ ଜଣେ ଜଣେ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱରର ଜଣେ ୬୦ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । କଟକ ଜିଲ୍ଲାର ଜଣେ ୪୩ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କଟକ ଜିଲ୍ଲାର ହିଁ ଅନ୍ୟ ଜଣେ ୩୨ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କର ମୃତ୍ୟୁ ଘଟିଛି ।
ଗଂଜାମ ଜିଲ୍ଲାର ଜଣେ ୪୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ କ୍ରନିକ କିଡନୀ ଓ ମଧୁମେହରେ ପୀଡିତ ଥିଲେ । ଗଂଜାମ ଜିଲ୍ଲାର ଜଣେ ୭୫ ବର୍ଷୀୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ ।
କେନ୍ଦୁଝର ଜିଲ୍ଲାର ଜଣେ ୬୦ ବର୍ଷୀୟ କରୋନା ଆକ୍ରାନ୍ତ ମହିଳାଙ୍କର ମୃତ୍ୟୁ ଘଟିଛି । ସେ ଡାଇବେଟିଜ ଓ ଅନ୍ୟ ରୋଗରେ ପୀଡିତ ଥିଲୋ ପୁରୀ ଜିଲ୍ଲାର ଜଣେ ୭୨ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ସେହିପରି ସମ୍ବଲପୁର ଜିଲ୍ଲାର ଜଣେ ଜଣେ ୪୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲୋ
ସମ୍ବଲପୁର ଜିଲ୍ଲାର ଜଣେ ୫୮ବର୍ଷୀୟା ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଲାର ହିଁ ଅନ୍ୟ ଜଣେ ୫୦ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ ।
ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । । ସେହିପରି ସୁନ୍ଦରଗଡ ଜିଲ୍ଲାର ଜଣେ ୫୦ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିଲୋ ସେହିପରି ଏହି ଜିଲ୍ଲାର ଜଣେ ୭୦ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଛିା ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।