ଭୁବନେଶ୍ୱର– କରୋନା କାରଣରୁ ପାଠ ପଢା ପ୍ରଭାବିତ ହେଉଥିବାରୁ ରାଜ୍ୟ ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ୨୦୨୦-୨୧ର ସିଲାବସକୁ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ରାଜ୍ୟର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏ ସମ୍ପର୍କରେ ତିନୋଟି କମିଟିର ସୁପାରିଶ କ୍ରମେ ଏହି ନିଷ୍ପତି ନିଆ ଯାଇଛି । ସେ କହିଛନ୍ତି ଯେ ନୂଆ ସିଲାବସ ମାଧ୍ୟମିକ ଶିକ୍ଷା ପରିଷଦ, ସିଏଚଏସଇ ଓ ଏସସିଇଆରଟିର ବେବସାଇଟରେ ଦିଆ ଯିବ ।
ସ୍କୂଲ ଖୋଲା ଯିବା ସମ୍ପର୍କରେ ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଦ୍ୱାରା ନୂଆ ଗାଇଡଲାଇନ ଜାରୀ କରିବା ପରେ ଏ ସମ୍ପର୍କରେ ନିଷ୍ପତି ନିଆ ଯିବ ।