ଭୁୁବନେଶ୍ୱର – ଗତ ୨୪ ଘଂଟାରେ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ଯାଜପୁର ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି । ତେଣୁ ରାଜ୍ୟ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବା ସହ ତୁରନ୍ତ ଆବଶ୍ୟକୀୟ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି ।
ଅନ୍ୟ ପକ୍ଷରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି । ସିଡିପିଓ ଓ ଅଙ୍ଗନୱାଡି କର୍ମୀମାନେ ଏହି ପ୍ରଭାବିତ ଅଂଚଳରେ ଥିବା ପ୍ରସୂତି , ଗର୍ଭବତୀ ଓ ଛୋଟ ପିଲାଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ନେଇ ବ୍ୟବସ୍ଥା କରିବାକ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।