
ଭୁବନେଶ୍ୱର – ପ୍ରକାଶଥାଉକି ବରିଷ୍ଠ ଆଡଭୋକେଟ୍ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନାରେ ସୁପ୍ରିମ୍କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିପାଇଁ ଦଣ୍ଡ ଦେବା ପାଇଁ ସୁପ୍ରିମ୍କୋର୍ଟ ନିଷ୍ପତି ନେଇଛନ୍ତି । ସମ୍ବିଧାନର ତୃତୀୟ ସ୍ତମ୍ଭ ଜୁଡିସିଆଲ । ଓକିଲ ଏବଂ କୋର୍ଟ ଉଭୟଙ୍କୁ ନେଇ ତୃତୀୟ ସ୍ତମ୍ଭ । ବିନା ଓକିଲରେ ବିଚାର ବିଭାଗ ଚାଲେନାହିଁ । ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତିଙ୍କ ଯେଉଁ ଭୁଲ୍ ହେବ, ସେଥିପାଇଁ ଯଦି ଦଣ୍ଡାଦେଶ ହେବନାହିଁ, ତେବେ ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡାଦେଶ ହେବା ଉଚିତ୍ ନୁହେଁ ବୋଲି ରାଜ୍ୟର ବରିଷ୍ଠ ଆଇନ୍ଜୀବୀ ଶିବାନନ୍ଦ ରାୟ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି । ଶ୍ରୀ ରାୟ ଆହୁରି କହିଛନ୍ତି ଯେ ଆମ ଦେଶର ପ୍ରଧାନ ବିଚାରପତି ଯଦି ଜଣେ ବିଜେପି କର୍ମୀଙ୍କ ମୋଟରସାଇକେଲ୍ ବିନା ହେଲମେଟ୍ରେ ଚଳାଇଲେ ଏବଂ ତା’ଉପରେ ପ୍ରଶାନ୍ତ ଭୂଷଣ ଟିପପ୍ଣୀ ରଖିଲେ, ତାହା ବେଆଇନ୍ ହେଲା କେମିତି? ପ୍ରକାଶଥାଉକି ଆଜିକାଲି ହାଇକୋର୍ଟ ଏବଂ ସୁପ୍ରିମ୍କୋର୍ଟରେ କେତେକ ନ୍ୟାୟାଧିଶ ଭୁଲ୍ କରୁଛନ୍ତି । ତାହା ଜନସାଧାରଣରେ ଚର୍ଚ୍ଚା ହେଉଛି । ଯେଉଁମାନେ ଚର୍ଚ୍ଚା କରୁଛନ୍ତି, ସେମାନଙ୍କୁ କୋର୍ଟର ଅବମାନନାରେ ଦୋଷୀ କରାଯିବ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ରାୟ ।