ଜଗନ୍ନାଥ ପ୍ରସାଦ-:କୋଭିଡ ପରୀକ୍ଷା ନକରି ସ୍ଥାନୀୟଜଣେ ସାମ୍ବାଦିକଙ୍କର ପଜେଟିଭି ରିପୋର୍ଟଆସିଥିବା ନେଇ ସାରା ଜିଲାରେ ଆଲୋଚନାର ବିଷୟ ପାଲଟିଛି।ଏଠା ବ୍ଲକ ପ୍ରସାସନ ସାରା ଜିଲ୍ଲାରେବଦନାମମୁଣ୍ଡଇବାକୁ ପଡିଛି।ଏହାର ତଦନ୍ତ ପାଇଁ ଆଜି ମାନ୍ୟବର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ସ୍ଥାନୀୟ ତହସିଲଦାରଆଜି ସିଡ଼ିପିଓ ମଣିମାଲା ନାୟକ, ସୁପରଭାଇଯର ଏ,ବାସନ୍ତୀ, ନୋଟିସ ମାରିବା ପାଇଁଯାଇଥିବା କର୍ମୀ ବାସନ୍ତୀ ବେହେରା ଙ୍କୁ ନୋଟିସ କରିଥିଲେ।ଏବଂ ପକ୍ଷ ରଖିବାପାଇଁ ଚନ୍ଦ୍ର କେତୁ ରାଉତମଧ୍ୟ ନୋଟିସ କରିଥିଲେ।ତେଣୁଦିନ12ଟାବେଳଳେ ଏହାର ଶୁନାଳି ହୋଇଥିଲା।କେଉଁ ସୂତ୍ରରୁ ଏଭଳି ମିଥ୍ୟା ଖବର ଆସିଥିଲା,କାହା ନିର୍ଦ୍ଦେଶରେ ଜଣେ ସୁସ୍ତ ଲୋକଙ୍କ ଘରକୁ ନୋଟିସ ମାରିବାପାଇଁ କର୍ମୀ ଯାଇଥିଲେ ଏହା ଉପରେ ତହସିଲଦାର ବାସୁଦେବ ପାଣ୍ଡେ ପ୍ରଶ୍ନ କରିଥିଲେ।ଉପସ୍ଥିତ ସିଡ଼ିପିଓ,ସୁପରଭାଇଜର ଏହାର କୌଣସି ସନ୍ତୋଷଜନକ ଉତ୍ତର ରଖି ପାରି ନଥିଲେ।ତେବେ ଏହି ମେସେଜକୁ ଅତିରିକ୍ତ ତହସିଲଦାର ବାରୀଆଲ ମୁର୍ମ ପଠାଇ ଥିବା ଜଣାପଡିବା ପରେ ଶ୍ରୀ ମୁର୍ମଙ୍କୁ ମଧ୍ୟ ଡ଼କା ଯାଇ ଥିଲା।ତାଙ୍କୁପଚରାଉଚରାପରେ ଏହି ମେସେଜଟିକୁ ସ୍ଥାନୀୟ ସାଂସଦପ୍ରତିନିଧି ବିପ୍ର ଚରଣ ବାରିକ ପଠାଇବା ପ୍ରକାଶକରିଥିଲେ।ଓ ଏହା ବେସରକାରୀ ଥିଲା।ଏହା ଶୁଣି ଚନ୍ଦ୍ର କେତୁ ଏହାର ପ୍ରବଳବିରୋଧ କରିଥିଲେ।ଜଣେ ମିଡ଼ିଆ ବିରୋଧୀ ଭାବେ ଜଣାଶୁଣା ଶ୍ରୀବାରିକ ଙ୍କ କଥାରେ ପଡି ଏହାର ଅନୁସନ୍ଧାନନ କରି ମୋତେ ଓ ବ୍ଲକ ପ୍ରସାସନ ସମ୍ମାନରେ ଆଞ୍ଚ ଆଣିଥିବାକଥା ଦୋହରାଇଥିଲେ।ଫଳରେ ଶ୍ରୀ ବାରିକଙ୍କ କଥାରେ ଅତିରିକ୍ତ ତହସିଲଦାର ପରିଚାଲିତ ହେଉଥିବା କଥା ଜଣା ଯାଉଛିବୋଲି ମତ ପ୍ରକାଶ କରିଥିଲେ। ଜଣେ ରାଜ ନୈତିକ ଵ୍ୟକ୍ତିଙ୍କ କଥାରେ ନିଜେ ଦୋଷ କରି ଅନ୍ୟ ଅଧିକାରୀ ଙ୍କୁ ହଇରାଣ ହରକତ କରିଥିବା ଏ ଟିଓ ଆଚରଣ କୁ ଉପସ୍ଥିତ ଵ୍ୟକ୍ତିମାନେ ନାପସନ୍ଦକରିଥିଲେ।ପରେ ଆଜିର ଘଟଣା ଉପରେ ଆଧାରିତ ବିଷୟ ବସ୍ତୁଓ ଶୁଣଳି ଉପରେ ଜିଲ୍ଲାପାଳକୁ ଅଵଗତ କରାଯିବବୋଲି ତହସିଲଦାର କହିଥିଲେ।
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ