
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୫/୦୮/୨୦୨୦,୧୧୦ ବର୍ଷ ପୂର୍ବରୁ ଦାନସୂତ୍ରରେ ମିଳିଥିବା ଜାଗାରେ ବଗଲା ଧର୍ମଶାଳା ଗରିବ ଲୋକଙ୍କର ସବୁଠାରୁ ଶସ୍ତା ରହଣି ବ୍ୟବସ୍ଥା ବୋଲି ବାହାରୁ ଆସୁଥିବା ଯାତ୍ରୀ ଏଠାରେ ୨୦/୩୦ ଟଙ୍କାରେ ରୁହନ୍ତି |କିନ୍ତୁ ଚକ୍ରାନ୍ତ କରି ନବୀନ ସରକାର ଏବଂ ପୁରୀ ଜିଲ୍ଲାପାଳ ଜମିର ମାଲିକାନା ରାଜସ୍ବ ବିଭାଗକୁ ଟ୍ରାନ୍ସଫର କରି ପ୍ଲଟିଙ୍ଗ କରି ବିକ୍ରି କରୁଛନ୍ତି |ପୁରୀ ଭଳି ଏକ ଧାର୍ମିକ ସ୍ଥଳୀକୁ ସବୁଦିଗରୁ ଲୁଟିଲେ |ଏହାକୁ ଦୃଷ୍ଟିରେ ରଖି ପୁରୀଜିଲ୍ଲା ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଜ୍ୟୋତି ମହାପାତ୍ରଙ୍କ ନେତୃତ୍ୱରେ ଧାରଣା ଜାରିରହିଛି |ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ପ୍ରବକ୍ତା ସୋନାଲି ସାହୁ, ନାରୀନେତ୍ରୀ ମାନେ ହେଲେ ଚୌଧୁରୀ ମନସ୍ବିନୀ ଦାଶ, ଜୟନ୍ତୀ ପଟ୍ଟନାୟକ, ସ୍ମିତାଞ୍ଜଳୀ ପତି, ବାସନ୍ତୀ ବାରିକ, ଝରଣା ସାହୁ ଏବଂ ସବିତା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ |