![](https://indokalingtimes.com/wp-content/uploads/2020/08/WhatsApp-Image-2020-08-25-at-10.12.41-AM.jpeg)
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ମଙ୍ଗଳବାର ଦିନ ୧୦ ଟା ସମୟ ରେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତ ବିକାଶ ପରିଷଦ, ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।
କରୋନା ମହାମାରୀର ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରାଯାଇ ରକ୍ତଦାତା, ଆୟୋଜକ ଓ ରକ୍ତ ସଂଗ୍ରହ କରିବା ପାଇଁ ଆସିଥିବା ରକ୍ତ ଭଣ୍ଡାର ର ସମସ୍ତ ସଦସ୍ୟ ମାନଙ୍କ ର ଥର୍ମାଲ ସ୍କ୍ରିନିଂ କରାଯାଇ ହାତ ସଫା କରି ହଲ ଭିତରକୁ ପ୍ରବେଶ କରିଥିଲେ । ପୂର୍ବ କ୍ଷେତ୍ର ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଦୀପକ କୁମାର ସାହୁ, ଶାଖା ସଚିବ ସୁପ୍ରୀତି ରଥ ଅର୍ଥ ସଚିବ ଗୈାରାଙ୍ଗ ମିଶ୍ର, ସଂସ୍କାର ସଚିବ ପ୍ରଫୁଲ୍ଲ କୁମାର ମିଶ୍ର , ଆବାହକ ପଦ୍ମଲୋଚନ ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଏହି ଶିବିରର ଶୁଭାରମ୍ଭ କରିଥଲେ । ପୁରୀ ଜିଲ୍ଲା ଶିଶୁ କଲ୍ୟାଣ ପରିଷଦ ର ସଭାପତି ମହାବୀର ରୁଦ୍ର ନାରାୟଣ ସାହୁ,ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ର ବିଭାଗ ଅଧିକାରୀ ଅସିତ କୁମାର ସାହୁ ଙ୍କ ସମେତ ୩୨ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।
ପ୍ରାନ୍ତିୟ ସଙ୍ଗଠନ ସଚିବ ସୈାମେନ୍ଦ୍ର ଦାସ, ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ଜଗଦୀଶ ଆଚାର୍ଯ୍ୟ, ବୁଦ୍ଧ ଦେବ ମହାପାତ୍ର, ରାଜେଶ୍ୱର ମହାରଣା, ଲାଲା ଅନନ୍ତ କୁମାର ସିଂ, ସୁନୀଲ ପଟ୍ଟନାୟକ, ସଂଗ୍ରାମ ବସ୍ତିଆ, ଭବାନୀ ଶଙ୍କର ରଥ, ମୀରା ମହାରଣା ଏହି ଶିବିରକୁ ପରିଚାଳନା କରିଥିଲେ । କରୋନା ମହାମାରୀ ର ଉଗ୍ରରୂପ ଓ ଲଘୁଚାପ ରେ ମୂଷଳ ଧାରା ବର୍ଷାର ବିପରିତ ପରିସ୍ଥିତି ସତ୍ବେ ୩୨ ଜଣ ରକ୍ତଦାତା ଙ୍କ ସ୍ୱଛାକୃତ ରକ୍ତଦାନ ପାଇଁ ପରିଷଦ ତରଫରୁ ରକ୍ତଦାତା,ରକ୍ତସଂଗ୍ରହ କାରୀ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ସମସ୍ତ ରକ୍ତଦାତା ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ଭାରତ ବିକାଶ ପରିଷଦର ଶାଖା ସଚିବ ସୁପ୍ରୀତି ରଥ ଏହି ସୂଚନା ପ୍ରଦାନ କରିଥିଲେ |