ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ କରୋନା ସୁସ୍ଥ ବ୍ୟକ୍ତିଙ୍କ ହେଲଥ୍ ସ୍କ୍ରିନିଂ ଜାରୀ ରହିଛି । ଗତକାଲି ୧୪୧୭ ଜଣଙ୍କ ସ୍କ୍ରିନିଂ କରାଯାଇଥିବା ବେଳେ ଆରମ୍ଭରୁ ଏପର୍ଯ୍ୟନ୍ତ ୬୧୨୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ୍ କରାଯାଇଛି । ତନ୍ମଧ୍ୟରୁ ୩୭ ଜଣଙ୍କୁ ପୋଷ୍ଟ କୋଭିଡ଼୍ ମେଡ଼ିକାଲ କେୟାର୍ (କୋଭିଡ଼୍ ପରବର୍ତି ଚିକିତ୍ସା) ଯୋଗାଇ ଦିଆଯାଇଛି ।
ସେହିପରି ଅଗଷ୍ଟ ୨୩ ରେ ଆଉ ୮୧୨ ଜଣଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯିବା ଫଳରେ ଜିଲ୍ଲାରେ ମୋଟ୍ ସ୍ୱାବ୍ ସଂଗ୍ରହ ସଂଖ୍ୟା ୧ ଲକ୍ଷ ୭୬ ହଜାର ୩୭ ହୋଇଛି । ସ୍ୱାବ୍ ନମୂନା ସଂଗ୍ରହ ଓ ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପଜିଟିଭ୍ ଚିହ୍ନଟ ସଂଖ୍ୟା କ୍ରମଶଃ ହ୍ରାସ ପାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।