ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି, ପ୍ଲାଜମା ସଂଗ୍ରହ ଆଦି ନେଇ ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ବନ୍ୟ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ପ୍ଲାଜମା ନୋଡ଼ାଲ୍ ଅଫିସର ଇଂ. ସିଦ୍ଧର୍ଥେ ଶଙ୍କର ସ୍ୱାଇଁ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରିୟ ବରିଷ୍ଠ ଅଧିକାରୀ ଏହାର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ପ୍ଲାଜମା ଥେରାପି ଓ ପ୍ଲାଜମା ସଂଗ୍ରହ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ୩ଟି କୋଭିଡ଼୍ ହସ୍ପିଟାଲ (ଶୀତଳାପଲ୍ଲୀ, ଏମକେସିଜି ଓ କନିସି)ରେ ୬୭ ଜଣ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଛି । ତନ୍ମଧ୍ୟରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।