ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୧୭୯ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୬୫୨୮ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୬୬୯, ବାଲେଶ୍ୱର ଜିଲ୍ଲାରେ ୩୦୭୭, ବରଗଡ ଜିଲ୍ଲାରେ ୧୩୯୦, ଭଦ୍ରକ ଜିଲ୍ଲାରେ ୨୨୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୪୪୪ . ବୌ ଦ୍ଧ ଜିଲ୍ଲାରେ ୫୩୯, କଟକ ଜିଲ୍ଲାରେ ୬୧୬୮, ଦେବଗଡ ଜିଲ୍ଲାରେ ୧୫୯, ଢେଙ୍କାନାଳ ଜିଲ୍ଲାରେ ୧୨୨୯. ଗଜପତି ଜିଲ୍ଲାରେ ୨୭୧୪, ଜଗତସିଂହପୁର ଜିଲ୍ଲାରେ ୧୪୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୩୧୩୨, ଝାରସୁଗୁଡା ଜିଲ୍ଲାରେ ୮୪୬, କଳାହାଣ୍ଡି ଜିଲ୍ଲାରେ ୧୧୩୨, କନ୍ଧମାଳ ୧୯୬୫, କେନ୍ଦ୍ରାପଡା ଜିଲ୍ଲାରେ ୧୩୦୯, କେନ୍ଦୁଝର ଜିଲ୍ଲାରେ ୧୫୧୯, ଖୋର୍ଧା ଜିଲ୍ଲାରେ ୧୨୭୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୨୮୯୪ , ମାଲକାନଗିରି ଜିଲ୍ଲାରେ ୧୯୫୯, ମୟୁରଭଂଜ ଜିଲ୍ଲାରେ ୨୪୧୪. ନବରଙ୍ଗପୁର ଜିଲ୍ଲାରେ ୮୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୩୯୦, ନୂଆପଡା ଜିଲ୍ଲାରେ ୩୨୫ , ପୁରୀ ଜିଲ୍ଲାରେ ୨୮୨୧, ରାୟଗଡା ଜିଲ୍ଲାରେ ୩୪୨୦. ସମ୍ବଲପୁର ଜିଲ୍ଲାରେ ୨୧୬୩. ସୁବର୍ଣପୁର ଜିଲ୍ଲାରେ ୫୨୮ ଓ ସୁନ୍ଦରଗଡ ଜିଲ୍ଲାରେ ୩୯୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।