ଭୁବନେଶ୍ୱର – ରାଜ୍ୟରେ ଗୋଟିଏ ଦିନରେ ୨୭୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪୨୩୧ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ଆଜି ଚିହ୍ନଟ ହୋଇଥିବା ୨୭୫୨ ଜଣଙ୍କ ମଧ୍ୟରୁ ୧୭୦୮ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୦୪୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୪୨୩ ନୂଆ ମାମଲା ସାମନାକୁ ଆସିଛି । ସେହିପରି ଗଂଜାମ ଜିଲ୍ଲାରେ ୨୧୨ ଟି ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୨୩ , ବାଲେଶ୍ୱର ଜିଲ୍ଲାରେ ୧୨୯ ଜଣ, ବରଗଡ ଜିଲ୍ଲାରେ ୨୮, ଭଦ୍ରକ ଜିଲ୍ଲାରେ ୫୮, ବଲାଙ୍ଗିର ଜିଲ୍ଲାରେ ୧୪ .ବୌଦ୍ଧ ଜିଲ୍ଲାରେ ୧୧, କଟକ ଜିଲ୍ଲାରେ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୬, ଢେଙ୍କାନାଳ ଜିଲ୍ଲାରେ ୧, ଗଜପତି ଜିଲ୍ଲାରେ ୬୦, ଜଗତସିଂହପୁର ଜିଲ୍ଲାରେ ୧୦୧, ଯାଜପୁର ଜିଲ୍ଲାରେ ୨୧୭. ଝାରସୁଗୁଡା ଜିଲ୍ଲାରେ ୧୫, କଳାହାଣ୍ଡି ଜିଲ୍ଲାରେ ୧୬. କନ୍ଧମାଳ ଜିଲ୍ଲାରେ ୯୫, କେନ୍ଦ୍ରାପଡା ଜିଲ୍ଲାରେ ୯୭ ,କେନ୍ଦୁଝର ଜିଲ୍ଲାରେ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୧୭୪ ଜଣ, ମାଲକାନଗିରି ଜିଲ୍ଲାରେ ୧୦୧ , ମୟୁରଭଂଜ ଜିଲ୍ଲାରେ ୧୩୭, ନବରଙ୍ଗପୁୁରରେ ୨୭, ନୟାଗଡ ଜିଲ୍ଲାରେ ୧୦୩, ନୂଆପଡା ଜିଲ୍ଲାରେ ୮, ପୁରୀ ଜିଲ୍ଲାରେ ୧୪୪, ରାୟଗଡା ଜିଲ୍ଲାରେ ୧୭୭, ସମ୍ବଲପୁର ଜିଲ୍ଲାରେ ୫୫ ,ସୋନପୁର ଜିଲ୍ଲାରେ ୧ ତଥା ସୁନ୍ଦରଗଡ ଜିଲ୍ଲାରେ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।