ଭୁବନେଶ୍ୱର – କୋବିଡ କାରଣରୁ ସେପ୍ଟେମ୍ବର ମାସରେ ହେବାକୁ ଥିବା ଜେଇଇ ଓ ଏନଇଇଟି ପରୀକ୍ଷାକୁ ଘୁଂଚାଇବା ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କଙ୍କୁ ପତ୍ର ଲେଖିଛନ୍ତି । ଏହା ବ୍ୟତୀତ ସେ ରାଜ୍ୟର ସମସ୍ତ ଜିଲ୍ଲାରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀର ପରୀକ୍ଷା କେନ୍ଦ୍ର ଖୋଲିବାକୁ ଅନୁରୋଧ କରିଛନ୍ତି ।
ଜେଇଇ (ମେନ) ଓ ନିଟ ପରୀକ୍ଷା ଆଗାମୀ ସେପ୍ଟେମ୍ବର୧ରୁ ୬ ତଥା ୧୩ ତାରିଖ ଦିନ ହେବାକୁ ଯାଉଛି । ଓଡିଶାରୁ ୫୦ ହଜାରରୁ ଉର୍ଧ ଓ ଜେଇଇ ମେନ ପରୀକ୍ଷାରେ ୪୦ ହଜାର ଉର୍ଧ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ଏନଟିଏ ଦ୍ୱାରା କେବଳ ୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରା ଯାଇଛି ।
ସେ ଏହି ପତ୍ରରେ ଲେଖିଛନ୍ତି ଛାତ୍ର ମାନଙ୍କର ସୁରକ୍ଷା ଦୃଷ୍ଟିରୁ ଜେଇଇ ଓ ଏନଇଇଟି ପରୀକ୍ଷାକୁ ଘୁଂଚାଇବା ଆବଶ୍ୟକ । କୋବିଡ କାରଣରୁ ଶଟଡାଉନ, ଲକ ଡାଉନ ଓ ଅନ୍ୟ କଟକଣା ହେତୁ ସ୍ଥାନୀୟ ପରିବହନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡିଛି । ଏଭଳି ସ୍ଥଳେ ଜନଜାତୀୟ ଅଂଚଳର ଛାତ୍ର ଛାତ୍ରୀ ମାନଙ୍କୁ ଏହି ପରୀକ୍ଷାରୁ ବଂଚିତ ହେବାକୁ ପଡିପାରେ । ତେଣୁ ଏହି ପରକ୍ଷା ତାରିଖକୁ ଘୁଂଚାଇବା ସହ ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ ସେ ଅନୁରୋଧ କରିଛନ୍ତି ।