ମାଲକାନଗିରି -ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡା ଙ୍କ ମୃତ୍ୟୁ ଘଟଣା ଆଜିକୁ ୮ମାସ ବିତିଲା କିନ୍ତୁ ଏହି ଘଟଣା ର ସବିଶେଷ ତଥ୍ୟ ପଦାକୁ ନ ଆସିବା ନେଇ ଆଜି କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ । ଆଜି ମୃତ ଦେବନାରାୟନଙ୍କ ସ୍ତ୍ରୀ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପଛରେ ଜିଲ୍ଲାପାଳ ଦାୟୀ ବୋଲି କହିଛନ୍ତି । ଘଟଣା ର ତଦନ୍ତ ଠିକ ରୂପେ ହେଉନଥିବାରୁ କୌଣସି ନିଷ୍କର୍ଷ ବାହାରୁ ନାହିଁ , ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ଡିଜି ସମସ୍ତଙ୍କ ନିକଟରେ ଫେରାଦ ହେବାପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସଚିବ ଦେବ ନାରାୟଣ ପଣ୍ଡା ଙ୍କ ମୃତ୍ୟୁ ଘଟଣା କୁ ପ୍ରଶାସନିକ ତଥା ସରକାରୀ ସ୍ତରରେ ଅବହେଳା କରାଯାଉଥିବା ଅଭିଯୋଗ କରି ମୃତ୍ୟୁ ର ତଦନ୍ତ ଭାର ସିବିଆଇ ଙ୍କୁ ଦେବା ପାଇଁ ତାଙ୍କ ସ୍ତ୍ରୀ ଅନୁରୋଧ କରିଛନ୍ତି ।ପ୍ରକାଶ ଥାଉକି ପିଏ ଶ୍ରୀ ପଣ୍ଡା ଜାନୁଆରୀ ମାସରେ ନିଖୋଜ ହେବାପରେ ତାଙ୍କ ଶବ ସତିଗୁଡା ଜଳଭଣ୍ଡାରରୁ ମିଳିଥିଲା !
Related Stories
November 28, 2024
November 28, 2024