
-
ସେ ପ୍ରଶ୍ନ କରିଛନ୍ତି ଗୋଟିଏ ଘଟଣା ପାଇଁ ଦୁଇଟି ଥାନାରେ ମାମଲା ବେଆଇନ,
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଆନ୍ଦୋଳନ ପାଇଁ ପୁଣି ଏକ କେଶ୍ ଖାଇ ଗିରଫ ପରେ 41 crpc ଧାରା ରେ ଜାମିନି ଦେଲା ସିଂହଦୁଆର ଥାନା।ଏହା ପୂର୍ବରୁ ଟାଉନ ଥାନା ସମାନ ଘଟଣାରେ ଗିରଫ କରିଥିଲା।ଗୋଟିଏ ଘଟଣା ପାଇଁ ଦୁଇଟି ଥାନାରେ ମାମଲା ବେଆଇନ । ସରକାର ଆଉ କେତୋଟି ଥାନାରେ କେଶ୍ କରିଛ ଜବାବ ଦିଅ।
ସେହି କେଶ ଗୁଡିକ ନିଜ ଗଳାର ମାଳା କରି ଗର୍ବିତ ବୋଲି ନିଜର ମତ ପ୍ରକାଶ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ| ସେ କହିଛନ୍ତି କି ବର୍ତ୍ତମାନ ପ୍ରଶ୍ନ ଉଠୁଛି ସରକାର ପୁରୀକୁ ଲୁଟିବାରେ ବ୍ୟସ୍ତ ଏବଂ ସେବୁଠୁ ଦୁଃଖର କଥା ଧାର୍ମିକ ଅନୁଷ୍ଠାନରୁ ଆରମ୍ଭ କରି ମଠ, ମନ୍ଦିର ଓ ଧର୍ମଶାଳା ଏ ସବୁ ଉପରେ ନଜର|ଏହା ପରେ ହଷ୍ଟେଲ କୁ ବିକିବେ, କୋର୍ଟ କଚେରୀ କୁ ବିକିବେ କାହିଁକି ନା ଏଠି ସବୁ ବଡ଼ବଡ଼ ଜାଗା ସମୁଦ୍ର କୂଳରେ ଅଛି ଏଗୁଡିକ ସବୁ ପଞ୍ଚ ତାରକା ହୋଟେଲ, ରେଷ୍ଟୁରାଣ୍ଟ, ବାର ହେବ |
ବର୍ତ୍ତମାନ ତାଙ୍କର ରାଗ କାହିଁକି ରଥଯାତ୍ରା ହେଲା |ସେ ଚାହୁଁଥିଲେ ରଥଯାତ୍ରା ନ ହେଉ ସେଥିପାଇଁ ମୋ ଉପରେ ଦେଉଛନ୍ତି ଗୋଟେ ଉପରେ ଗୋଟେ କେଶ | ଆମେ ପଚାରୁଛୁ ଯେ ଯଦି ରଥଯାତ୍ରା କରିବାଟା ଆମର ଭୁଲ ସେ ଭୁଲପାଇଁ ଆମେ ଗର୍ବିତ |ଏବଂ ଆମେ ପଂଚାରୁଛୁ ଏଠି “ଯେଉଁ ତେଲେଙ୍ଗା, ତାମିଲ ଆସିଛନ୍ତି ଉଡ଼ା ଚଡେଇ””ସେ ଭାବନ୍ତୁ ବନ୍ଦ ହେବନି ଆଉ ଏ ଲଢେଇ “
ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଭିଡ଼ିଓ ଜରିଆରେ ସରକାରଙ୍କୁ ପ୍ରଶ୍ନ କରିବା ସହିତ ସାଧାରଣ ଜନତାଙ୍କୁ ଏହି ବାର୍ତ୍ତା ଦେଇଛନ୍ତି |