
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଗତକାଲି ରାତିରେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଏସ.ବି.ଆଇ ଏ.ଟି.ଏମ ରୁ ଲୁଟ କରିବା ଉଦ୍ଦେଶ୍ୟରେ କେହି ଦୁର୍ବୁତ୍ତ ତାହାକୁ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡ଼ିଛି।ଆଜି ସକାଳେ ଏସମ୍ପର୍କରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।ଅଧିକ ତଦନ୍ତ ପାଇଁ ଛତ୍ରପୁର ରୁ ସାଇଣ୍ଟିଫିକ ଟିମ ଆସିବ ବୋଲି ଜଣାପଡ଼ିଛି।