ମାଲକାନଗିରି– କାଲିମେଳା ବ୍ଳକ ଏମଭି 79ଥାନା ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତ ଏମପିଭି – ୪୨ ଛକ ଠାରେ ଥିବା ଜଣେ ବ୍ୟକ୍ତି ଙ୍କ ଏକ ଜଳଖିଆ ଦୋକାନ କୁ କେତେଜଣ ବ୍ୟକ୍ତି ନିଆଁ ଲଗାଇ ପୋଡିଦେଇଥିବା ନେଇଏମଭି – ୭୯ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଦୋକାନ ହୋଇଥିବା ଜାଗା ଜମିକୁ ନେଇ ଏମପିଭି – ୪ ୨ ଗ୍ରାମର ଗୋଟିଏ ପରିବାର ଏବଂ ଭୁବନପାଲ୍ଲୀ ପଞ୍ଚାୟତର ଏମପିଭି – ୭୬ ଗ୍ରାମର କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାୟ କିଛିଦିନ ଧରି ବିବା ଲାଗିଥିଲା ।ଏ ନେଇ ଜମି ଦାବି କରିଆସୁଥିବା ବ୍ୟକ୍ତି ଶେଷରେ ନିଆଁ ଲଗାଇ ଦୋକାନ ଗୃହ କୁ ପୋଡ଼ି ଦେଇଥିବା ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଘଟଣାରୁ ପ୍ରକାଶ ଯେ ଏମପିଭି – ୪୨ ଗ୍ରାମର କାଲିପଦ ମାଲକାର ଏବଂ ତାଙ୍କର ଦୁଇପୁଅ ମିସି ଏମପିଭି – ୪୨ ଛକ ଠାରେ ଥିବା ଏକ ସ୍ଥାନରେ ଜଳଖିଆ ଦୋକାନ ଦେଇଥିଲେ l କାଲିପଦ ଙ୍କ ସୂଚନା ଅନୁଯାଇ ପ୍ରାୟ ୪୦ ବର୍ଷ ପୁର୍ବରୁ ସେ ଏହି ଜମିରେ ଘରକରି ସେ ଦୋକାନ ଦେଇଥିଲେ ସେତେବେଳେ ବେଳେ କୈଣଷି ବିବାଦ ନଥିଲା । ବଡପୁଅର ସାପ କାମୁଡାରେ ମୃତ୍ୟୁହେବାପରେ ହଟାତ ଏମପିଭି – ୭୬ ଗ୍ରାମର ଖଗେନ ବୋର ନାମକ ଜଣେ ବ୍ୟକ୍ତି ଆସି ଏହି ଜାଗା ଟି ଆମର ତମେ ଖାଲି କରିଚାଲିଯାଅ ନ ଉଠିଲେ ଆମେ ଉଠାଇ ଦେବୁ ଧମକ ଦେଇଥିଲା ସେହିଗ୍ରାମର ଅନ୍ୟକିଛି ଲୋକଙ୍କ ସହଯୋଗରେ ଦୋକାନ ଘର କୁ ନିଆଁ ଲଗାଇ ପୋଡିଦେଇଥିବା ସେ ଅଭିଯୋଗ କରିଛନ୍ତି ।କାଳୀପଦ କହିଛନ୍ତି ଯେ ଯଦି ଏ ଜାଗା ଟି ତାଙ୍କର ତେବେ ସେମାନେ 40 ବର୍ଷ ହେଲା କୁଆଡ଼େ ଯାଇଥିଲେ ଆଗରୁ କାହିଁକି ଦାବି କରୁ ନ ଥିଲେ l ସକାଳେ ଖବର ପାଇ ବା ପରେ ଏନେଇ କାଳିପଦ ଏମପିଭି – ୭୬ ଗ୍ରାମର ଖଗେନ ବୋର , ବାବୁଲ ଦାସ , ହାରବିଲାଶ ମଣ୍ଡଳ , ଅନାଥ ମଣ୍ଡଳ , ମଣ୍ଟୁ ସରଦାର ଏବଂ ବିଶ୍ବଜିତ ସରକାର ମାନଙ୍କ ନାମଏମଭି – ୭୯ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି !ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ଏଥିରେ କାଳିପଦଙ୍କ ଦୋକାନ ଭିତରେ ଥିବା ପ୍ରାୟ ୫୦ ରୁ ୬୦ହଜାର ଟଙ୍କାର ସମସ୍ତ ସାମଗ୍ରୀ ସମେତ ଅନ୍ୟାନ୍ୟ ଆସବାପତ୍ର ପୋଡି ନଷ୍ଟ ହୋଇଯାଇଛି !
Related Stories
November 28, 2024
November 28, 2024