ମାଲକାନଗିରି -କାଲିମେଳା ବ୍ଲକ ସଦର ମହକୁମା ଠାରେ ରହୁଥିବା ଜଣେ ପୂର୍ବତନ ସରପଞ୍ଚ ତଥା ବୁଦ୍ଧିଜିବୀ ସମାଜସେବୀ ଙ୍କ ନିଜ ବାସଭବନରେ ମୃତ୍ୟୁ ହୋଇଯାଇ ଥିବା ଜଣାପଡିଛି l ତାଙ୍କ ନାମ ଇ.ଶଙ୍କର ନାରାୟଣ ମୁର୍ତି ( ୮୭ ) !ସୂଚନା ଅନୁଯାଇ ସେ ପ୍ରାୟ ୧୦ ଦିନ ତଳେ କୋନା ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇ ନିଜ ଘରେ ଆସୋଲେସନ ରେ ରହିଥିଲେ ତାଙ୍କର ଶ୍ବାସ ସମେତ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ରହିଥିଲେ l ତେବେ ମୃତ୍ୟୁ ସମୟରେ ତାଙ୍କ ନିକଟରେ କରୋନା ଭୁତାଣୁ ରହିଥିଲା କି ନାହଁ ତାହା ସଠିକ ଜଣାପଡି ନଥିଲେ ମଧ୍ୟ କାଲିମେଳା ବ୍ଲକ ପ୍ରଶାସନ ପକ୍ଷରୁ କୋଭିଡ ୧ ୯ ନିୟମ ଅନୁଯାଇ ଶ୍ରୀ ମୁର୍ତ୍ତିଙ୍କର ଶବ ଦାହ କରାଯାଇଛି l କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଅବିଦ ହୁସେନ ଖାନଙ୍କ ତତ୍ତ୍ଵାବଧାନରେ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କ ଦ୍ଵାରା ଆମ୍ବୁଲାନ୍ସ ଯୋଗେ ଶବ ନିଆଯାଇ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଏକ ସ୍ଵତନ୍ତ୍ର ସ୍ଥାନରେ ଶବ ସତ୍କାର କରାଯାଇଥିଲା ବିଡିଓ ଉମାଶଙ୍କର ଦଳାଇ ଏବଂ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟ ସମାପନ କରାଯାଇଥିବା ବେଳେ ଥାନା ଅଧିକାର ସୁରଜ କୁମାର ଝାକାର ଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏ ନେଇ ପ୍ରଶାସନ ପକ୍ଷରୁ ତାଙ୍କର କରୋନ ଜନିତ ମୃତ୍ୟୁ ହୋଇଥିବା ନେଇ କୈଣଷି ସଷ୍ଟ ସୂଚନା ଦିଆଯାଇନାହିଁ । ସୂଚନା ଥାଉକି ଶ୍ରୀ ମୁର୍ତି ପୁର୍ବରୁ ସରପଞ୍ଚ ସହିତ କାଲିମେଳା ଲ୍ୟାମ୍ପ ସଭାପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେ କାଲିମେଳା ଅଞ୍ଚଳରେ ଜଣେ ଜଣାଶୁଣା ବ୍ୟକ୍ତି ଥିବା ସହ ସମାଜସେବୀ ଭାବରେ ତାଙ୍କର ଭଲ ନା ରହିଛି ମୃତ୍ୟୁ ପରେ ଅଞ୍ଚଳ ର ବହୁ ବ୍ୟକ୍ତି ତାଙ୍କ ପରିବାରକୁ ଦୂରରୁ ଥାଇ ସମବେଦନା ଜଣାଇଥିଲେ !
Related Stories
November 28, 2024
November 28, 2024