
ମାଲକାନଗିରି-ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ କାଙ୍ଗୁରୁକୋଣ୍ଡା ପଞ୍ଚାୟତର ଏମପିଭି – ୨୨ ଗ୍ରାମର ଅନାଥ ମଣ୍ଡଳ ( ୫୫ ) ବୟସ୍କ ଜଣେ ବ୍ୟକ୍ତି ଶନିବାର ସକାଳେ ଗାଈ ଚରାଇବାକୁ ଯାଇ ନିଖୋଜ ଥିଲେ !ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଆଜି ସକାଳୁ କାଙ୍ଗୁରୁକୋଣ୍ଡା ଦେଇ ଯାଇଥିବା ନାଳ ପାଣି ରୁ କାଲିମେଳା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପ୍ରାୟ ୪ ଘଣ୍ଟା ଧରି ଖୋଜିବା ପରେ ମୃତ ଦେହ ମିଳିଥିଲା !ସୂଚନା ଅନୁଯାଇ ଅନାଥ ମଣ୍ଡଳ ପ୍ରତ୍ୟକ ଦିନ ଭଳି ରବିବାର ମଧ୍ୟ ସକାଳ ୧୦ଟା ସମୟରେ ନିଜ ଗାଁ ପଛପଟେ ଥିବା ଝରଣା ନିକଟବର୍ତ୍ତୀ ଜମିକୁ ତାଙ୍କ ଗାଈଗୋରୁ ମାନଙ୍କୁ ଚରାଇବାକୁ ନେଇଥିଲେ ।ତେବେ ଅପରାହ୍ନ ବେଳକୁ ଗାଈମାନେ ଘରକୁ ଫେରିଆସିଥିବା ବେଳେ ଅନାଥ ଆସିନଥିଲେ ଏନେଇ ପରିବାର ଲୋକ ଚିନ୍ତାରେ ପଡିଯାଇଥିଲେ । ପରେ ପରିବାର ଏବଂ ଗାଁ ଲୋକଙ୍କ ସାହାର୍ଯ୍ୟରେ ଯାଇଥିବା ସ୍ଥାନ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିବା ବେଳେ ତାଙ୍କର କୌଣଷି ଖୋଜ ଖବର ପାଇନଥିଲେ ପରେ ସଂନ୍ଧ୍ୟାରେ କାଲିମେଳା ଥାନାରେ ଜଣାଇଥିଲେ !ଥାନା ଅଧିକାରି ସୁରଜ କୁମାର ଝାଙ୍କରଙ୍କ ନେତୃତ୍ବରେ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଙ୍କ ସହ ଅଗ୍ନିଶମ କର୍ମଚାରୀ ମାନେ ନାଳ ପାଣି ଏବଂ ଜଙ୍ଗଲ ଭିତରେ ଖୋଜିବା ପରେ ଶେଷରେ ପାଣିରେ ଭାଷୁଥିବା ଅବସ୍ଥାରେ ତାଙ୍କ ମୃତଦେହ ପାଇଥିଲେ ତେବ ଅନାଥ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l ଏନେଇ କାଲିମେଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ପୋଟେରୁ ଫାଣ୍ଡି ଅଧିକାରୀ ମନୋହର ସାହୁ ଏହାର ତଦନ୍ତ କରୁଛନ୍ତି ।