
ମାଲକାନଗିରି– ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ରାଲେଗାଡ଼ା ପଞ୍ଚାୟତ ସୁଆପାଲି ଗ୍ରାମର ଲଛମନ ରାଓ ଗେଦେଲ ବୟସ ୫0ବର୍ଷ ନିଜର ଅତ୍ୟାଆବଶ୍ୟକ ଜିନିଷ ପାଇଁ ଓଡିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟ ରକୋରୁକୋଣ୍ଡା ଗ୍ରାମକୁ ଯାଇଥିଲେ, !ଗତ କାଲି ନିଜ ଗ୍ରାମ ସୁଆ ପାଲି ନିକଟସ୍ଥ ଚିକପଣଶା ନଦୀ ରେ ପହଁରି ପହଁରି ଫେରୁଥିବାବେଳେ ଦୀର୍ଘ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ନଦୀରେ ପାଣି ସ୍ରୋତ ଅଧିକ ଥିଲା ! ଲଛମନ ସାହସ କରି ନଦୀ ପାର ହୋଇଥିବା ସମୟରେ ପାଣି ଶ୍ରୋତ ରେ ଭାସି ଯାଇ ନିଖୋଜ ଥିଲା !ମାଲକାନଗିରି ଅଗ୍ନିଶମ ଓଡ୍ରାଫ ଟିମ ଓ ଚିତ୍ରକୋଣ୍ଡା ତହସିଲ କର୍ମଚାରୀ ଙ୍କ ଉଦ୍ୟମ ରେ ବହୁ ଖୋଜା ଖୋଜି କରି ଆଜି ମୃତ ଶରୀର ମିଳିଥିବା ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ପ୍ରକାଶ କରିଛନ୍ତି.! ପାପର ମେଟଲା ଥାନାରେ ଏକ ଅପମୂର୍ତ୍ତୃ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ପଠାଯାଇଥିଲା !ସୁଆପାଲି ଚିକ ପଣଶା ନଦୀରେ ଏକ ବ୍ରିଜ ନିର୍ମାଣ ପାଇଁ ରାଲେଗାଡ଼ା ପଞ୍ଚାୟତ ବାସି ଦାବି କରିଛନ୍ତି.!