
ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କର ଜାତୀୟ ମୋଟର ଯାନ ଆଇନରେ ଥିବା ୫ଟି ବ୍ୟବସ୍ଥାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ବାଣୀବିହାର ଫ୍ଲାଏ ଓଭରରେ ଯାଉଥିବା ଅଟୋଚାଳକ କବିନ୍ଦ୍ର ସାହୁଙ୍କୁ୨୭ ହଜାର ଟଙ୍କା ଜୋରିମାନା କରିଛନ୍ତି ।\nସୂଚନାଯୋଗ୍ୟ ଯେ, ଗତକାଲି ଆପୋଲୋ ହସ୍ପିଟାଲ ନିକଟରେ ଅଟ ଚାଳକ ହରିବନ୍ଧୁ କଅଁରଙ୍କୁ ୪୭ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଥିଲା ।