
ମାଲକାନଗିରି – ଭଲ ରାସ୍ତା ଟିକିଏ ପାଇଁ ବାରମ୍ବାର ଦୌଡିବାକୁ ପଡୁଛି ପ୍ରଶାସନ ପାଖକୁ ହେଲେ ମିଳୁଛି କେବଳ ପ୍ରତିଶୃତି ହୋଇପାରୁନି ରାସ୍ତା.ହେଲେ କାହାକୁ ଜଣେଇବୁ ଗାଁ ର ସମଶ୍ୟା ଏହା ହେଉଛି ସିଦ୍ଦେଶ୍ୱରପୁର ଗ୍ରାମବାସୀ ଙ୍କ ଗୁହାରି !.ମାଲାକାନଗିରି ଜିଲ୍ଲା କୋରକୁଣ୍ତା ବ୍ଲକ ତାର୍ଲାକୋଟା ପଞ୍ଚାୟତର ଗୋଟିଏ ଗ୍ରାମ ସିଦ୍ଦେଶ୍ୱରପୁର !ଏହି ଗ୍ରାମ ରେ ବାସ କରନ୍ତି ପ୍ରାୟ ୩୦ ପରିବାର ବାଲିମେଳା ମାଲକାନଗିରି ରାଜ୍ୟ ରାଜପଥ ରୁ ମାତ୍ର ୫୦୦ମିଟର ଦୁର ରେ ଅବସ୍ଥିତ ସିଦ୍ଦେଶ୍ୱରପୁର ଗାଁ ରେ ପିଲ୍ଲା ଙ୍କ ପାଠ ପଢା ପାଇଁ ବିଦ୍ୟାଳୟ ଟିଏ ଅଛି ଏହି ବିଦ୍ୟାଳୟ ରେ ଆଖପାଖ ୩ ଖଣ୍ତ ଗ୍ରାମ ର ପିଲ୍ଲାମାନେ ପାଠପଢିବାକୁ ଆଶନ୍ତି ହେଲେ ବିଦ୍ୟାଳୟ କୁ ଯିବା କୁ ଭଲ ରାସ୍ତା ଖଣ୍ତିଏ ନାହିଁ .! ଗ୍ରାମବାସୀ ଙ୍କ କହିବା ଅନୁଯାଇ ଦିର୍ଘ ବର୍ଷ ଧରି ରାସ୍ତା ନିର୍ମାଣ ପାଇ ପଂଚାୟତ ଓ ବ୍ଲକ ରେ ଲିଖିତ ଆରେ ଜଣାଇବା ସହ ମହିଳା ମାନେ ମଧ୍ୟ ବ୍ଲକ କୁ ଯାଇ ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କରିଛନ୍ତି ! କିନ୍ତୁ ସେଥିପ୍ରତି କାହାର ଦୃଷ୍ଟି ପଡୁ ନଥିବାରୁ ଶେଷରେ ଗ୍ରାମ ବାସୀ ମାନେ ଆଜି ରାସ୍ତା ରେ ଧାନ ରୋଇ ସରକାର ଙ୍କୁ ଅଭିନବ ପ୍ରତିବାଦ ଜଣାଇଛନ୍ତି ଏବଂ ପୁଣିଥରେ ସରକାର ଙ୍କୁ ରାସ୍ତା ନିର୍ମାଣ ପାଇ ଅନୁରୋଧ କରିଛନ୍ତି .!ବର୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶିଘ୍ର ଗ୍ରାମବାସୀ ଙ୍କ ସମଶ୍ୟା ର ସମାଧାନ କରୁଛନ୍ତି !