ପାରଳାଖେମୁଣ୍ଡି– ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଜଗପତି କାର୍ଜି ଗତ ୩୫ ବର୍ଷ ହେଲା ଅରୁଣାଚଳ ପ୍ରଦେଶରେ ରହିଛନ୍ତି । ସମ୍ପ୍ରତି ସେ ଅନେକ ଅସୁବିଧା ମଧ୍ୟରେ ସେଠାରେ ରହିଥିବାରୁ ତାଙ୍କୁ ଆଣିବା ସକାଶେ ସହକାରୀ ଶ୍ରମ ଅଧିକାରୀଙ୍କୁ ଅରୁଣାଚଳ ପ୍ରଦେଶ ପଠାଯାଇଛି । ସେ ତଳ ସୁବନସାରି ଜିଲ୍ଲା ଅଂଚଳରେ ରହୁଛନ୍ତି । ଜଗପତିଙ୍କୁ ସେଠିକାର ଲୁବୁ ଆମ୍ମା ଓ ପ୍ରଫେସର ନାୟକ ଦେଖାରେଖା କରୁଛନ୍ତି ।
ଏଥିନେଇ ଗଜପତି ଜିଲ୍ଲାପାଳ ଅନୁପମ୍ ସାହା ସେଠିକାର ଜିଲ୍ଲା ପ୍ରଶାସନ, ଲୁବୁ ଆମ୍ମା ଓ ପ୍ରଫେସର ନାୟକଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ୨୬ ତାରିଖ ଦିନ ଜଗପତି ଏଠାରେ ପହଂଚିବେ ବୋଲି ଜିଲ୍ଲାପାଳ ଟ୍ୱିଟ୍ ରେ ଜଣାଇଛନ୍ତି ।