-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଗଂଜାମ ଜିଲ୍ଲାରେ ୨୭୧ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୬୩୪୮ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୬୪୫, ବାଲେଶ୍ୱର ଜିଲ୍ଲାରେ ୨୮୬୯, ବରଗଡ ଜିଲ୍ଲାରେ ୧୩୦୦, ଭଦ୍ରକ ଜିଲ୍ଲାରେ ୨୦୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୩୭୩ . ବୌ ଦ୍ଧ ଜିଲ୍ଲାରେ ୫୨୫, କଟକ ଜିଲ୍ଲାରେ ୫୩୩୨, ଦେବଗଡ ଜିଲ୍ଲାରେ ୧୫୧, ଢେଙ୍କାନାଳ ଜିଲ୍ଲାରେ ୧୨୧୫. ଗଜପତି ଜିଲ୍ଲାରେ ୨୬୫୧, ଜଗତସିଂହପୁର ଜିଲ୍ଲାରେ ୧୩୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୨୭୦୦, ଝାରସୁଗୁଡା ଜିଲ୍ଲାରେ ୮୧୧, କଳାହାଣ୍ଡି ଜିଲ୍ଲାରେ ୧୦୮୬, କନ୍ଧମାଳ ୧୮୩୬, କେନ୍ଦ୍ରାପଡା ଜିଲ୍ଲାରେ ୧୧୫୬, କେନ୍ଦୁଝର ଜିଲ୍ଲାରେ ୧୪୬୧, ଖୋର୍ଧା ଜିଲ୍ଲାରେ ୧୧୮୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୨୫୩୯ , ମାଲକାନଗିରି ଜିଲ୍ଲାରେ ୧୭୮୦, ମୟୁରଭଂଜ ଜିଲ୍ଲାରେ ୨୧୨୧. ନବରଙ୍ଗପୁର ଜିଲ୍ଲାରେ ୮୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୧୯୪, ନୂଆପଡା ଜିଲ୍ଲାରେ ୩୧୫ , ପୁରୀ ଜିଲ୍ଲାରେ ୨୫୯୧, ରାୟଗଡା ଜିଲ୍ଲାରେ ୩୧୦୦. ସମ୍ବଲପୁର ଜିଲ୍ଲାରେ ୨୦୦୪. ସୁବର୍ଣପୁର ଜିଲ୍ଲାରେ ୫୦୧ ଓ ସୁନ୍ଦରଗଡ ଜିଲ୍ଲାରେ ୩୯୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।