ନୂଆଦିଲ୍ଲୀ – ଦେଶରେ ଗତ ୨୪ଘଂଟା ମଧ୍ୟରେ ୬୯,୨୩୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୯୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୪୪,୯୪୧ ରେ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ବର୍ତମାନ ୭୦୭,୬୬୮ ସକ୍ରିୟ ରୋଗୀ ଅଛନ୍ତି । ଦେଶରେ ମୋଟ ୨୨,୮୦,୫୬୭ ରୋଗୀ ସୁସ୍ଥ ହୋଇ ସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ବର୍ତମାନ ସୁଦ୍ଧା ୫୬୭୦୬ ଜଣ ମୃତ୍ୟୁ ବରଣ କରିଛନ୍ତି ।