ଭୁବନେଶ୍ୱର – ବାଂଲାଦେଶ ଏବଂ ତାର ଆଖପାଖ ଅଂଚଳରେ ସମୁଦ୍ର ପତନ ଠାରୁ ୫.୮ କିମି ରୁ ୭.୬ କିମି ମଧ୍ୟରେ ବାୟୁମଣ୍ଡଳରେ ଗୋଟିଏ ଘୁର୍ଣ୍ଣିବଳୟ ରହିଛି ଏହା ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉତର ବଙ୍ଗୋପସାଗର ଅଂଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଏଥିସହ ଆସନ୍ତା ୨୪ ଘଂଟା ମଧ୍ୟରେ ୧୩ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର,କେନ୍ଦ୍ରାପଡା, କଟକ , ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ,ଦେବଗଡ,ଝାରସୁଗୁଡା , ବୁରୀ ଓ ଅନୁଗୁଳ ।
ସେହିପରି ୨୫ ତାରିଖ ମଧ୍ୟରେ ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୁରଭଂଜ, କେନ୍ଦୁଝର ଓ ଢେଙ୍କାନାଳ । ସେହିପରି ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ପୁରୀ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।