
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଉତ୍କଳ ବାଳାଶ୍ରମ ପୁରୀରେ ଶ୍ରୀଗଣେଶଙ୍କ ଜନ୍ମ ଉତ୍ସବ ଓ ପୂଜା ଵିଧି ଅଧିକ୍ଷକ ସାରଙ୍ଗ ମହାପାତ୍ର, ଶିକ୍ଷକ ରାମ ନାରାୟଣ ମହାପାତ୍ର, ଶିକ୍ଷକ ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅଂତ୍ୱେ ବାସୀ ମାନଙ୍କ ଗହଣରେ ସୁରୁଖୁରୁରେ ପାଳତ ହୋଇଛି |ଚଳିତ ବର୍ଷର କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରୀ କଟକଣା ମଧ୍ୟରେ ଏହି ଉତ୍ସବ ପାଳିତ ହୋଇଛି | ଅଂତ୍ୱେ ବାସୀ ମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ତଥା ମୁହଁରେ ମାସ୍କ ପରିଧାନ କରି ସକାଳ ୧0ଟା ସମୟରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଏ ଘୋର ସଙ୍କଟ ସମୟରେ ବିଶ୍ୱରୁ ସମସ୍ତ ଜନମାନସଙ୍କୁ ମହାମାରୀରୁ ରକ୍ଷା ନିମନ୍ତେ ବିଘ୍ନରାଜ ଓ ବିଘ୍ନବିନାଶଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ |