ଏହା ମଧ୍ୟରେ ଦେଶର ସ୍ୱାଧୀନତା ପୂର୍ବରୁ ୧୯୦୪ ମସିହା ସମୟର ସ୍ଥିତିକୁ ଦେଖି ବାବୁ କହେଁୟା ଲାଲ ବଗଲା ପୁରୀ ସହରର ମୁଖ୍ୟ ରାସ୍ତା କଡରେ ବଗଲା ଧର୍ମଶାଳାକୁ ବନେଇଥିଲେ |ଏହା ପରେ ୧୯୦୫ ମସିହାରେ ଧର୍ମଶାଳାକୁ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ ଓ ଲଜିଂ ହାଉସିଂ ଫଣ୍ଡ କମିଟି ଅଧ୍ୟକ୍ଷଙ୍କୁ ସମର୍ପିତ କରିଥିଲେ |ସେବେଠୁ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ଭଗବାନ ଜଗନ୍ନାଥଙ୍କ ଦର୍ଶନ ପୂର୍ବରୁ ପ୍ରଥମେ ଏହିଠାରେ ଆଶ୍ରୟ ନେଉଥିଲେ |ନ୍ୟୁନତମ ଭଡା ଥିବାରୁ ଗରିବ ରୁ ଗରିବ ଶ୍ରେଣୀର ଶ୍ରଦ୍ଧାଳୁ ମାନେ ଏଠାରେ ରହୁଥିଲେ |ପୁରୀ ଧାମର ଦର୍ଶନ କରିବା ପରେ ସେମାନେ ନିଜ ଘରକୁ ଫେରି ଯାଉଥିଲେ |
୨୦୧୮ ମସିହାରେ ରାଜ୍ୟ ସରକାର ଆଇନକୁ ବଦଳାଇ ଲଜିଂ ହାଉସିଂ ଫଣ୍ଡ କମିଟିକୁ ଭାଙ୍ଗି ଦେଇଥିଲେ |ଏଠାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଭାରତ ସରକାର ରେଳ ବିଭାଗ ତରଫରୁ ଏକ ସରଂକ୍ଷୀତ ରେଳ ଟିକେଟ କାଉଣ୍ଟର ଯାତ୍ରୀ ମାନଙ୍କ ସୁବିଧା ପାଇଁ ଖୋଲିଥିଲେ |ଏହି ଧର୍ମଶାଳାର ନକ୍ସା ବଦଳାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଚେଷ୍ଟା କରି କେନ୍ଦ୍ର ପ୍ରସାଦ ଯୋଜନା ଦ୍ୱାରା ଏହି ଧର୍ମଶାଳା ପୁନଃ ନିର୍ମାଣ ପାଇଁ ୨0କୋଟି ଟଙ୍କା ମଞ୍ଜୁରୀ କରିଥିଲେ |ଧର୍ମଶାଳାର ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମ ସ୍ଥଳ ନିର୍ମାଣ ପାଇଁ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣର ନଗର ବିକାଶ ବିଭାଗ ତରଫରୁ ୨୪ ଜୁଲାଇ ୨୦୧୮ ରେ ଅନୁମୋଦନ କରିଥିଲେ |ଏହା ଶ୍ରୀମନ୍ଦିର ପ୍ରଶାସନ ନୋ ଅବଜେକ୍ସନ ସାର୍ଟିଫିକେଟ ପ୍ରଦାନ କରିଥିଲେ |
ଏହା ପରେ ନିର୍ମାଣ କାର୍ଯ୍ୟ ଭାରତୀୟ ପର୍ଯ୍ୟଟନ ନିଗମ ଲିମିଟେଡ଼ (itdc)ଆରମ୍ଭ କରିଥିଲା |ଏହା ମଧ୍ୟରେ ୨୦୧୯ ମସିହାରେ ଶ୍ରୀମନ୍ଦିର ଚତୁର୍ପାଶ୍ୱ ୭୫ ମିଟର ସୁରକ୍ଷା ଜୋନ ବନାଇବା ପୂର୍ବରୁ ଆରମ୍ଭ କରିଥିଲେ |ରାଜ୍ୟ ସରକାରଙ୍କୁ ନିର୍ଦେଶ ପରେ ଶ୍ରୀମନ୍ଦିର ଚତୁର୍ପାଶ୍ୱ ୫00 ବର୍ଷ ବା ତାଠାରୁ ପୁରୁଣା ନିର୍ମିତ ମଠ ଓ ମନ୍ଦିର , ଲଜ ସମେତ ପାଖାପାଖି ୨00 ଘର ଭଙ୍ଗି ଦିଆଯାଇଥିଲା|ମନ୍ଦିର ଚରିପାଖ ରେ ରହିଥିବା ବିଭିନ୍ନ ମଠରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ଗୁରୁ, ସାଧୁ ସନ୍ଥ ମାନଙ୍କର ରହିବାର ବ୍ୟବସ୍ଥା ଏଠାରେ କରାଯାଉ ଥିଲା |
ଏବେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରଦ୍ଧାଳୁ, ଯାତ୍ରୀ ଏବଂ ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ଏକ ଯାତ୍ରୀନିବାସ, ଧର୍ମଶାଳା ନିର୍ମାଣ କରାଯାଇ ନାହିଁ |ଏଥିମଧ୍ୟରେ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଚତୁର୍ପାଶ୍ୱରୁ ହଟିଥିବା ମାଲିକ ମାନଙ୍କୁ ବଗଲା ଧର୍ମଶାଳା ଭାଙ୍ଗି ଜମି ବାଣ୍ଟି ପାଖା ପାଖି ୨0 ଖଣ୍ଡରେ ବିଭକ୍ତ ପ୍ଲଟ ତିଆରି କରି ୬ ଜଣଙ୍କୁ ବିକ୍ରି କରି ସାରିଛନ୍ତି |ଆସନ୍ତା ଦିନ ମାନଙ୍କରେ ବାକି ବିକିବାର କାର୍ଯ୍ୟକ୍ରମ ଚାଲିଛି |ଏହି କାର୍ଯ୍ୟ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ନିନ୍ଦା କରି କହିଛନ୍ତି ଧର୍ମସ୍ଥାନରେ ତୀର୍ଥ ଯାତ୍ରୀ ଆସନ୍ତି ସେମାନଙ୍କ ରହିବାର କୌଣସି ବ୍ୟବସ୍ଥା ନ କରି ଶ୍ରଦ୍ଧାଳୁଙ୍କ ରହିବାର ଜାଗାକୁ ବିକିବା ଠିକ ନୁହେଁ |ପୁରୀ ଜିଲ୍ଲା ପ୍ରଶାସନ ପୁଣି ଥରେ ବିଚାର କରି ଏହାକୁ ତୁରନ୍ତ ବନ୍ଦ କରନ୍ତୁ |ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନର ମନମାନିକୁ ରୋକନ୍ତୁ |