ବରଗଡ଼– ବରଗଡ଼ ବିଜେପୁର ଅଂଚଳର ବେନିଆଚାଲା ଗ୍ରାମରେ ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି ।
ଗତକାଲି ପରିବାରର ସମସ୍ତେ ବିଷ ପିଇଥିବା ଅଭିଯୋଗ ହୋଇଥିଲା । ଗତକାଲି ବାପା ଓ ୧୨ ବର୍ଷିୟା ଝିଅର ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ମାଆକୁ ପ୍ରଥମେ ବରଗଡ଼ ଡ଼ାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପତ୍ନୀ ଓ ଝିଅକୁ ବିଷ ପିଆଇବା ପରେ ସ୍ୱାମୀ ବିଷ ପିଇ ଥିବା ସୂଚନା ମିଳିଛି । ଘରୋଇ କଳହକୁ କେନ୍ଦ୍ର କରି ଏଭଳି ଏକ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।