
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶନିବାର ୧୯୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୬ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ଶନିବାର ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୭୧ରେ ପହଁଚିଛି । ଜିଲ୍ଳାରୁ ଶନିବାର ୧୯୨ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୯ଜଣ କୋଭିଡ୍ ଯୋଦ୍ଧା ରହିଥିବା ବେଳେ ରାଜ୍ୟ ଫେରନ୍ତା ୨ଜଣ ରହିଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଲକ୍ରୁ ୧, ବିଏମ୍ସିରୁ ୧୦, ଭଞ୍ଜନଗର ୩, ଛତ୍ରପୁର ୧, ଗଞ୍ଜାମ ୧, ରଙ୍ଗେଇଲୁଣ୍ଡା ୩ରୁ ଜଣ ରହିଛନ୍ତି । ରାଜ୍ୟ ଫେରନ୍ତା ୨ଜଣ ବେଲଗୁଣ୍ଠା ବ୍ଲକ୍ର । ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୧୭୧ଜଣଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୯, ବେଗୁନିଆପଡା ୨, ବେଲଗୁଣ୍ଠା ୫, ବିଏମ୍ସିରୁ ୨୯, ଭଞ୍ଜନଗର ୫, ବୁଗୁଡା ୪, ଛତ୍ରପୁର ୩୫, ଚିକିଟି ୫, ଧରାକୋଟ ୨, ଦିଗପହଣ୍ଡି ୩, ଗଞ୍ଜାମ ୬, ହିଞ୍ଜିଳିକାଟୁ ୮, ଜଗନ୍ନାଥପ୍ରସାଦ ୫, କବିସୂର୍ଯ୍ୟନଗର ୩, ଖଲ୍ଲିକୋଟ ୭, କୁକୁଡାଖଣ୍ଡି ୨, ପାତ୍ରପୁର ୯, ପୋଲସରା ୩, ପୁରୁଷୋତ୍ତମପୁର ୮, ରଙ୍ଗେଇଲୁଣ୍ଡା ୧୧, ସାନଖେମୁଣ୍ଡି ୩, ଶେରଗଡ ୩, ସୋରଡା ୩ ଓ ଅନ୍ୟାନ୍ୟ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୬୦୭୮ରେ ପହଞ୍ôଚଥିବା ବେଳେ ୧୭୧ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୪୧୭୯ରେ ପହଂଚିଛି । ଜିଲ୍ଲାରେ ଏବେ ୧୭୨୦ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।