ଜଗନ୍ନାଥ ପ୍ରସାଦ -: ସୋସିଆଲ ମିଡ଼ିଆ ରେ ଦିନ କୁ ଦିନ ପ୍ରଶାସନ ର ତୃଟି ଓ ଅବହେଳା କୁ ନେଇ ମୋବାଇଲ କୁ ମୋବାଇଲ ପରେ ଗଣମାଧ୍ୟମ ଟିଭି ଚେନlଲ ରେ ଖବର ପ୍ରସାରଣ ହେଉଥିବା ବେଳେ ଆଜି ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ପକ୍ଷରୁ ଏକ ବଡ଼ ଭୁଲ ସାମ୍ନା କୁ ଆସିଛି l
ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ଜଣେ ଜଣା ଶୁଣା ସମାଜ ସେବି ଙ୍କ ଘର ସାମ୍ନା ରେ କୋଭିଡ ହୋଇଥିବା ସୂଚନା ପତ୍ର କୁ ଜଣେ କର୍ମୀ ମାରିବା କୁ ଆସିଥିଲେ l ଏହା ନେଇ ଘର ମଲିକ ୟେ କଣ ବୋଲି ପଚାରି ବୁଝିରେ ଜାଣି ପାରିଥିଲେ ଜେ ସେ ଜଣେ କରୋନା ରୋଗୀ l ଏହା ଶୁଣି ହଟାତ ଚମକି ପଡ଼ିଥିଲେ ଉକ୍ତ ବ୍ୟକ୍ତି l ସେ ଜଣେ ସୁସ୍ଥ ମଣିଷ ହୋଇବି କୌଣସି କୋଭିଡ ପରୀକ୍ଷା ନ କରି କେମିତି ପଯେଟିଭ ଆସିଲା ଓ କେଉଁ ଅଧିକାରୀ ଏହିଭଳି ସୂଚନା ପତ୍ର ମାରିବାକୁ ଆଦେଶ ଦେଲେ ବୋଲି ଆସିଥିବା କର୍ମ ଚାରି ଙ୍କ ମଧ୍ୟ ମରେ ପଚରା ଉଚରା ଆରମ୍ଭ କରିଥିଲେ l ପ୍ରଥମେ ସୁପର ଭାଇଜାର ଏ ବାସନ୍ତୀ ଙ୍କ ଆଦେଶ ଥିବା କର୍ମୀ ଜଣ କହିଲେ l ଏ ନେଇ ସୁପରଭାଇଜର ସିଡିପିଓ ମଣିମାଳା ନାୟକ ନିର୍ଦେଶ ଥିବା କହିଥିଲେ କିନ୍ତୁ ଏହା ସ୍ଥାନୀୟ ତହସିଲ ଦlର ବାସୁଦେବ ପାଣ୍ଡେ ଉକ୍ତ ବ୍ୟକ୍ତି ଙ୍କ ନାମରେ ପଜେଟିଭ ଥିବା କହି ନିର୍ଦେଶ ଦେଇଥିବା ସିଡିପିଓ କହିଥିଲେ l ପରେ ତହସିଲଦlର ଙ୍କୁ ପଚାରି ବୁଝିବା ପରେ ତାଙ୍କରି ପାଖରେ ଏ ନେଇ କୌଣସି ଖବର ନଥିବା କହି ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା ପାଖରେ ଥାଇ ପରେ ବୋଲି ସଫେଇ ଦେଇ ଥିଲେ l
ସେସରେ ବିଡ଼ିଓ ମଧ୍ୟ୍ ଏହିଭଳି ଖବର ତାଙ୍କ ପାଖରେ ନଥିବା ପ୍ରକାଶ କରିଥିଲେ l ତେବେ ଶେଷରେ ସତ୍ୟତା ଜାଣିବାକୁ ଯାଇଗୋଷ୍ଠୀ ସ୍ୱାସ୍ଥ୍ୟ ବ୍ଲକ ପ୍ରୋଗ୍ରାମ କାର୍ଯ୍ୟପରିଚାଳକ ଙ୍କୁଯୋଗାଜୋଗ କରିବାରୁ ଏହିଭଳି ମିଥ୍ୟା ତଥ୍ୟ କୁ ନେଇ ଅଚିମ୍ବିତ ହୋଇଥିଲେ ଏହିଭଳି କୌଣସି ଉକ୍ତ ବ୍ୟକ୍ତି ନାମ ରେ କୋଣସି ସୂଚନା ନାହିଁ lସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୂର୍ଣ ଭାବରେ ଖଣ୍ଡନ କରିଥିଲେ l ତେବେ ଜଣେ ସୁସ୍ଥ ବ୍ୟକ୍ତି ଙ୍କୁ କରୋନା ଭଳି ମହାମାରୀ ସମୟରେ ଏହିଭଳି ତ୍ରୁଟି ପୁର୍ଣ ତଥ୍ୟ ପ୍ରଘଟ କରିଥିବା ପ୍ରଶାସନ ର କାର୍ଯ୍ୟ ଦକ୍ଷତା ପ୍ରତି ଆଙ୍ଗୁଳି ଉଠୁଛି l
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ