ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୭କୁ ବୃଦ୍ଧି ପାଇଛି । ଗତ ୨୦ ତାରିଖରେ ୧୨୪୪ ଜଣଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୬୨ ଟି ରିପୋର୍ଟ ପଜିଟିଭ୍ ଆସିବା ପରେ ଏହି ନୂଆ ଚିହ୍ନଟ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି । ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନରେ ପଠାଇ ଦିଆଯାଇଛି ।
ନୂଆ ଚିହ୍ନଟ ଏହି ୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଷ ୩୬ ଜଣ, ମହିଳା ୨୬ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଓ ଅନ୍ୟ ୩ ଜଣ ନାବାଳିକା ରହିଛନ୍ତି । ଆକ୍ରାନ୍ତ ମାନଙ୍କର ବୟସ ୭ ବର୍ଷରୁ ୭୬ ବର୍ଷ ମଧ୍ୟରେ ରହିଛି । ଏହି ନୂଆ ଚିହ୍ନଟ ଆକ୍ରାନ୍ତ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସହରରୁ ୨୨ ଜଣ, ଗୋଷାଣି ବ୍ଲକରୁ ୫ ଜଣ, ଗୁମ୍ମା ବ୍ଲକରୁ ୭ ଜଣ, କାଶୀନଗର ବ୍ଲକରୁ ୬ ଜଣ, ମୋହନା ବ୍ଲକରୁ ୫ ଜଣ, ରାୟଗଡ଼ ବ୍ଲକରୁ ୪ ଜଣ, ନୂଆଗଡ଼ ବ୍ଲକରୁ ୩ ଜଣ ଏବଂ ଆର୍ . ଉଦୟ ଗିରି ବ୍ଲକରୁ ୧୦ ଜଣ ଆକ୍ରାନ୍ତ ରହିଛନ୍ତି ।
ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୪୧ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୧୪ ଜଣ ପ୍ରାଥମିକ ସ୍ତରରେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କ ମଧ୍ୟରେ ୬ ଜଣ କୋଭିଡ଼୍ ଯୋଦ୍ଧା ରହିଛନ୍ତି । ଅନ୍ୟ ଜଣେ ଜିଲ୍ଲା ବାହାରେ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଅନୁରୂପ ଭାବେ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଅଦ୍ୟାବଧି୧୬ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।