ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାକୁ ଅଗଷ୍ଟ ୨୧ ତାରିଖ ସୁଦ୍ଧା ୧୫ ହଜାର ୭୭୬ ଜଣ ପ୍ରବାସୀ ଫେରିଛନ୍ତି । ସମ୍ପ୍ରତି ଜିଲ୍ଲାରେ ୧୭ଟି ଅସ୍ଥାୟୀ କ୍ୱାରେଂଟାଇନ ସେଂଟର କାର୍ଯ୍ୟ କରୁଛି । ୩୦୧ ଜଣ ବର୍ତମାନ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରହୁଛନ୍ତି । ୧୫ ହଜାର ୪୭୫ ଜଣ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରହି ସାରିଛନ୍ତି ।
ସେହିପରି ୧୪ ହଜାର ୩୫୪ ଜଣ ନିଜ ନିଜର କ୍ୱାରେଂଟାଇନ ଅବଧି ଶେଷ କରିବା ପରେ ସେମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ୧୮୮୧୯ ଜଣଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି । ୧୮୪୪୫ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି । ଅଗଷ୍ଟ ୨୧ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ୍ ପଜିଟିଭ୍ କେସ୍ ସଂଖ୍ୟା ୨୫୪୪ ରହିଛି । ୧୩୬ ଜଣ ବିଭିନ୍ନ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର୍ ସେଂଟରରେ ଚିକିତ୍ସାଧିନ ରହିଛନ୍ତି । ୧୧୨ ଜଣ ହୋମ୍ ଆଇସୋଲେସନରେ ରହିଛନ୍ତି । ୨୨୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଅନୁରୂପ ଭାବେ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।