କନ୍ଧମାଳ– କନ୍ଧମାଳ ଜିଲ୍ଲାରେ ଆଜି ଆଉ ୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୭ ଜଣ ପୁରୁଷ ଓ ୧୭ ଜଣ ମହିଳା ରହିଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଫୁଲବାଣୀ ବ୍ଲକରୁ ୭ ଜଣ, ଜି. ଉଦୟଗିରି ବ୍ଲକରୁ ୪ ଜଣ, ଦାରିଙ୍ଗବାଡ଼ି ବ୍ଲକରୁ ୩ ଜଣ, କେ. ନୂଆଗାଁ ବ୍ଲକରୁ ୩ ଜଣ, ଟିକାବାଲି ବ୍ଲକରୁ ୨ ଜଣ, କୋଟଗଡ଼ ବ୍ଲକରୁ ୨ ଜଣ, ତୁମୁଡ଼ିବନ୍ଧ ବ୍ଲକରୁ ୨ ଜଣ, ରାଇକିଆ ବ୍ଲକରୁ ୨ ଜଣ, ବାଲିଗୁଡ଼ା ବ୍ଲକରୁ ୨ ଜଣ, ଫିରିଙ୍ଗିଆ ବ୍ଲକରୁ ୩ ଜଣ, ଖଜୁରିଆପଡ଼ା ବ୍ଲକରୁ ୧୨ ଜଣ ଏବଂ ଅନ୍ୟ ଦୁଇ ଜଣ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭୮ କୁ ବୃଦ୍ଧି ପାଇଛି । ଅଦ୍ୟାବଧି ୧୧୯୭ ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୫୭୪ ରହିଛି । ସେହିପରି ବର୍ତମାନ ସୁଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ ରହିଥିବା ନେଇ ଜିଲ୍ଲାପାଳ ଡଃ. ବୃନ୍ଦା ଡି. ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ତେବେ କୌଣସି ପ୍ରକାରେ ଏଥିରେ ଭୟଭିତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ନିରାପଦରେ ଘରେ ରହିବା ଏବଂ କୌଣସି ଜରୁରୀ କାମରେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ନିୟମିତ ବ୍ୟବଧାନରେ ହାତ ଧୋଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।