ଉଦଜାପନି ସମାରୋହରେ ଯୋଗ ଦେଇ ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କରୋନା ବିରୁଦ୍ଧ ରେ ଲଢ଼େଇ ଜାରି ରଖିବା ପାଇଁ ସଚେତନର ବାର୍ତା ଦେଇଥିଲେ ଓ ଯୋଗାଇ ଦିଆଯାଇଥିବା ସେବା ପାଇଁ ଗବେଷଣା ସଂସ୍ଥାନର ଅଧିକାରୀ ଡାକ୍ତର ଆରତୀ ସୋରେନ ଓ ତାଙ୍କ ସହଯୋଗୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଶ୍ରୀମନ୍ଦିର ଲୋକ ସମ୍ପର୍କ ଉପ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଗତ ଜୁନ ଏବଂ ଜୁଲାଇ ମାସରେ ମଧ୍ୟ ଏହିଭଳି ଶିବିର ଆୟୋଜନ କରାଯାଇ ଏହି ଔଷଧ ପ୍ରାୟ ୧୨୦୦ ସେବାୟତ ପରିବାରଙ୍କୁ ନିଶୁକ୍ଳ ବିତରଣ କରଯାଇଥିଲା।
ଆଞ୍ଚଳିକ ହୋମିଓପ୍ୟାଥିକ ଗବେଷଣା ସଂସ୍ଥାନର ଗବେଷଣା ଅଧିକାରୀ ଡାକ୍ତର ଉମାକାନ୍ତ ପୃଷ୍ଟି ଓ ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଏବଂ ଶ୍ରୀମନ୍ଦିର ସେବାୟତ କଲ୍ୟାଣ ଚିକିତ୍ସାଳୟର ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡାକ୍ତର ପଞ୍ଚାନନ ପ୍ରଧାନ ମିଳିତ ଭାବେ ଶିବିରକୁ ପରିଚାଳନା କରିଥିଲେ।