
ବ୍ରହ୍ମପୁର : ଭାବାନଗରସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଜେଡିର ୪ଜଣ କାର୍ଯ୍ୟକର୍ତ୍ତାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିୟୋଗ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ନଗର କମିଟିର ସମ୍ପାଦକ ରାସବିହାରୀ ଦାସ, ତୁଷାରକାନ୍ତ ମହାପାତ୍ର, ସୁରେନ୍ଦ୍ର ସୁବୁଦ୍ଧି ଓ ପୂର୍ବତନ କର୍ପୋରେଟର କୃଷ୍ଣଚନ୍ଦ୍ର ସେଠୀ ରହିଛନ୍ତି । ଏହି ୪ଜଣଙ୍କ ବିୟୋଗରେ ଏକ ଶୋକ ବାର୍ତ୍ତାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ନଗର ବିଜେଡିର ଅପୂରଣୀୟ କ୍ଷତି ହୋଇଥିବା ଉଲ୍ଲେଖ କରିଛନ୍ତି । ଅନୁଷ୍ଠିତ ଏହି ଶୋକସଭାରେ ରାଜ୍ୟ ବିଜେଡି ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ରାଜ୍ୟ ସମ୍ପାଦିକା ସଂଘମିତ୍ରା ଦଳାଇ, ଜଗନ୍ନାଥ ସାବତ, ମହାନଗର ସଭାପତି ମୁକୁନ୍ଦ ଗୌଡ, ଆର୍.ମୂରଲୀମୋହନ, ସଞ୍ଜୟ ଜେନା, ବିଜୟ ଭାସ୍କର ସିଂ ସାମନ୍ତ, ବିଷ୍ମଚାର୍ଯ୍ୟ ଚୌଧୁରୀ, ଭୀମ ଦଳେଇ ପ୍ରମୁଖ ଉପସ୍ଥିତରହି ସ୍ମୃତିଚାରଣ କରିଥିଲେ ।