ବ୍ରହ୍ମପୁର : କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ର ଫଳାଫଳ ପ୍ରକାଶ ପାଇଛି । ଏହି ସର୍ବେକ୍ଷଣରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଦୁଇ ଦୁଇଟି ସଫଳତା ମିଳିଛି । ଜାତୀୟସ୍ତରୀୟ ଏହି ସର୍ବେକ୍ଷଣରେ ଓଡ଼ିଶା ଏବଂ ଏହାର ସହର ଏକ ନମ୍ବର ମାନ୍ୟତା ପାଇବା ରାଜ୍ୟବାସୀଙ୍କ ପାଇଁ ଖୁସିର ବିଷୟ । ସ୍ୱଚ୍ଛତା ସର୍ବେକ୍ଷଣ-୨୦୨୦ରେ ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ନମ୍ବର ଦ୍ରୁତତମ ଗତିଶୀଳ ରାଜ୍ୟ ଭାବେ ବିବେଚିତ ହୋଇଛି । ସେହିପରି ବ୍ରହ୍ମପୁର ମହାନଗର ନିଗମ(ବିଇଏମ୍ସି)କୁ ବେଷ୍ଟ ମିଡିୟମ ସିଟି ଇନ୍ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍’ ପୁରସ୍କାର ମିଳିଛି । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରି ଦେଶବ୍ୟାପୀ କରାଯାଇଥିବା ସ୍ୱଚ୍ଛତା ସର୍ବେକ୍ଷଣର ଫଳାଫଳ ଘୋଷଣା କରିଥିଲେ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭର୍ଚୁଆଲ ଉତ୍ସବରେ ପୁରସ୍କାର ଗ୍ରହଣ କରିଛନ୍ତି ।
ସ୍ୱଚ୍ଛତା ସର୍ବେକ୍ଷଣ-୨୦୨୦ରେ ଦେଶର ୪୨୪୨ଟି ପୌରପାଳିକା ଅଂଶଗ୍ରହଣ କରିଥିଲେ । ସର୍ବେକ୍ଷଣ ସମୟରେ ଅଂଶଗ୍ରହଣ କରିଥିବା ବିଜ୍ଞାପିତ ଅଞ୍ଚଳ, ପୌର ପରିଷଦ, ମହାନଗର ଓ ମହାନଗର ନିଗମ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ, ବାହ୍ୟ ମଳତ୍ୟାଗ କ୍ଷେତ୍ରରେ ପାଇଥିବା ସଫଳତା, ଲୋକଙ୍କ ମତାମତ, ସର୍ବେକ୍ଷଣ ଟିମ୍ର କ୍ଷେତ୍ର ପରିଦର୍ଶନ ଏବଂ ସିକ୍ଷାସଳଖ ଅନୁଧ୍ୟାନକୁ ନେଇ ଏହି ଫଳାଫଳ ପ୍ରସ୍ତୁତ କରାଯାଇଛି । ସ୍ୱଚ୍ଛତା ସର୍ବେକ୍ଷଣରେ ବିଇଏମ୍ସି ନିଜ ବର୍ଗର ସହରମାନଙ୍କ ମଧ୍ୟରେ ସର୍ବଭାରତୀୟସ୍ତରରେ ୮୯ ର୍ୟାଙ୍କ ହାସଲ କରିଥିବା ବେଳେ ରାଜ୍ୟରେ ଅନ୍ୟ ପୌରପାଳିକା ଠାରୁ ଆଗରେ ରହି ଏକ ନମ୍ବର ସ୍ଥାନ ହାସଲ କରିଛି । ସ୍ୱଚ୍ଛତା କ୍ଷେତ୍ରରେ ବ୍ରହ୍ମପୁର ରାଜ୍ୟରେ ଶ୍ରେଷ୍ଠ
ସ୍ଥାନ ହାସଲ କରିବା ବ୍ରହ୍ମପୁରବାସୀଙ୍କ ପାଇଁ ଗର୍ବର ବିଷୟ । ବିଇଏମ୍ସି କମିଶନରଙ୍କ ନିରବଚ୍ଛିନ୍ନ ପ୍ରୟାସ ଏବଂ ନିରନ୍ତର ଚେଷ୍ଟା ବ୍ରହ୍ମପୁର ସହର ପାଇଁ ଏହି ସଫଳତାର ଆଣିଦେଇଛି ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।
ସେହିପରି ମଧ୍ୟମ ଧରଣର ସହର (୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର)ଗୁଡିକୁ ନେଇ କେଟଗୋରୀ ହୋଇଥିଲା । ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍ ବର୍ଗରେ ବ୍ରହ୍ମପୁର ସହର ଦେଶରେ ଏକ ନମ୍ବର ମାନ୍ୟତା ହାସଲ କରିଛି । ଏହି ବର୍ଗରେ ରାଜ୍ୟର ଅନ୍ୟ ୯ଟି ସହରକୁ ବ୍ରହ୍ମପୁର ପଛରେ ପକାଇଦେଇଛି । ସହରର ସଫେଇ କାର୍ଯ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଂଶ୍ଲୀଷ୍ଟ କରି ବ୍ରହ୍ମପୁର ମହାନଗର ଏହି ସଫଳତା ହାତେଇଛି । ଏସ୍ଏଚ୍ଜିଗୁଡିକୁ ସିଏଫଏଲ୍, ପବ୍ଲିକ୍ ଟଏଲେଟ୍ ପରିଚାଳନା ଦାୟିତ୍ୱ ଦିଆଯିବା, ସେସ୍ପୁଲ୍ ପରିଚାଳନା କ୍ଷେତ୍ରରେ ବ୍ୟବହାର, ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ପରିଚଳନା ଓ ପର୍ଯ୍ୟବେକ୍ଷଣ ହସ୍ତାନ୍ତର କରି ବିଇଏମ୍ସି ଏହି ବର୍ଗରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିପାରିଛି । ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଏହି ଅଭିନବ ଚିନ୍ତାଧାରା ଏବଂ ନିରବଚ୍ଛିନ୍ନ ପ୍ରୟାସ ବ୍ରହ୍ମପୁର ସହରକୁ ଜତୀୟସ୍ତରରେ ପଚିଚିତ କରାଇଛି ।
Related Stories
November 28, 2024