ବାଲେଶ୍ଵର,୨୧/୮(କୃଷ୍ଣ କୁମାର ମହାନ୍ତି): ଶିକ୍ଷା ଓ ଜ୍ଞାନର ଦିବ୍ୟଜ୍ୟୋତି ପ୍ରତିଷ୍ଠାନ ‘ପ୍ରଜାପତି’ ପକ୍ଷରୁ ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସ୍ବର୍ଗତ ପର୍ଶୁରାମ ଜେନାଙ୍କ ବିୟୋଗରେ ବାଗବୃନ୍ଦାବନ ସ୍ଥିତ ଶ୍ରୀକକ୍ଷରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।
‘ପ୍ରଜାପତି’ର ସଂସ୍ଥାପକ କବି ପ୍ରଶାନ୍ତ ଦାସ ଅଧ୍ୟକ୍ଷତା କରି ତାଙ୍କ ଶୋକବାର୍ତ୍ତାରେ କହିଥିଲେ, ଛାତ୍ରମାନଙ୍କ ଜୀବନ ଗଢି ସେମାନଙ୍କୁ ମଣିଷ କରି ତୋଳିବାର ତୁଳନାହୀନ ଭାବନା ଥିଲା ସ୍ବର୍ଗତ ପର୍ଶୁରାମ ଜେନାଙ୍କ ପାଖରେ। ତେଣୁ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ‘ପ୍ରଜାପତି’ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ‘ବିଜ୍ଞାନ ଶିବିର’ରେ ପ୍ରତିବର୍ଷ ଜଣେ ସଫଳ ବିଜ୍ଞାନ ଛାତ୍ରଙ୍କୁ ‘ପର୍ଶୁରାମ ଜେନା ସ୍ମୃତି ଆଶିଷ’ ପ୍ରଦାନ କରାଯିବ। ଅନୁଷ୍ଠାନର ସଂଯୋଜକ ଅମରଜିତ ଦାସ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ଆବାହକ ସରସ୍ବତୀ ଭୋଇ ଓ ପ୍ରତିମା ତ୍ରିପାଠୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।