ବାଲେଶ୍ଵର,୨୦/୮(କୃଷ୍ଣ କୁମାର ମହାନ୍ତି) : ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସ୍ବର୍ଗତ ପର୍ଶୁରାମ ଜେନାଙ୍କ ବିୟୋଗରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମୟ ଦାସ ଅଧିକାରୀ ସଭାପତିତ୍ବ କରି ସ୍ବର୍ଗତ ପର୍ଶୁରାମ ଜେନାଙ୍କ ଶିକ୍ଷାନୁଷ୍ଠାନ ପ୍ରତି ଥିବା ଅବଦାନ ସମ୍ପର୍କରେ କହିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ମିନତୀ ମହାନ୍ତି ଯୋଗଦେଇ ସ୍ବର୍ଗତ ଜେନାଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିବାକୁ ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡକ୍ଟର ଅଭିଜିତ ଦାସ, ଡକ୍ଟର ସୁବ୍ରତ କୁମାର ରଣା, ପ୍ରଦୀପ କୁମାର ରଣା, ଭାଗବତ ଭୂୟାଁ, ଅଧ୍ୟାପିକା ଆରାଧନା ନାୟକ, ମୁଖ୍ୟ କିରାଣୀ ପିକେ ତରାଇ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଜେନାଙ୍କ ସ୍ମୃତିଚାରଣ କରିଥିଲେ। କଲେଜ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଦେଇଥିଲେ।