
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୭୬ତମ ଜୟନ୍ତୀ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମ ଠାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ୧୮ବର୍ଷର ଭୋଟଦାନ ଅଧିକାର, ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦେଶରେ ନୂଆଁ ଶିକ୍ଷାନୀତିର ପ୍ରଚଳନ, କମ୍ପ୍ୟୁଟରୀକରଣ, ଦେଶକୁ ଏକ ବଂଶ ଶତାବ୍ଦୀକୁ ନେବାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ସଭାରେ ଆଲୋଚନା ହୋଇଥିଲା । ସଭାର ପ୍ରାରମ୍ଭରେ ରାଜୀବଙ୍କ ଫଟୋଚିତ୍ରରେ ଫୁଲ, ଧୂପ, ଦୀପ ପ୍ରଭୃତି ଦିଆଯାଇଥିଲା । ଏଥିରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡାଙ୍କ ସମେତ ଶିବରାମ ପାତ୍ର, ବିଜୟରାଜ ପାଣିଗ୍ରାହୀ, ଚିନମୟ ହୋତା, ପଦ୍ମଚରଣ ସାହୁ, ଏସ୍.ଦଣ୍ଡପାଣି, ରାଜୀବ ଖୁଣ୍ଟିଆ, ତତସତ୍ ସୂବୁଦ୍ଧି, ପ୍ରଭାତ ତ୍ରିପାଠୀ, ଭବାନୀ ରାଜ, ଗଗନ ସାହୁ, ବଳରାମ ପଣ୍ଡା, ଗୋପାଳ ପାଣିଗ୍ରାହୀ, ଆଶିଷ ହୋତା, ସାଇପ୍ରସାଦ ପାଢ଼ୀ, ରୋଷନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।