
ବ୍ରହ୍ମପୁର : ରାଜ୍ୟ ବିଜୁ ଜନତା ଦଳକୁ ମଜବୁତ କରିବା ପାଇଁ ବିଜେଡି ସୁପ୍ରିମ ବହୁ ଆଗଧାଡିର ଦଳୀୟ କର୍ମୀଙ୍କୁ ସମ୍ପାଦକ ଓ ଯୁଗ୍ମସମ୍ପାଦକ ଭାବେ ଘୋଷଣା କରିବା ସହ ବିଭିନ୍ନ ପଦ ପଦବୀରେ ମଧ୍ୟ ଅବସ୍ଥାପିତ କରିଛନ୍ତି । ଏହି ମର୍ମରେ ଗଞ୍ଜାମ ଜିଲ୍ଲାର ୨ ବରିଷ୍ଠ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ସମ୍ପାଦକ ଭାବେ ଘୋଷଣା କରିଛନ୍ତି । ଘୋଷିତ ୪୫ଜଣତ ତାଲିକାରେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କୁ ଦଳର ସମ୍ପାଦକ ଭାବେ ଘୋଷଣା କରିବା ସହ ଏସ୍ସି ଇନ୍ପ୍ରୁଭମେଣ୍ଟର ଦାୟୀତ୍ୱ ମଧ୍ୟ ଦିଆଯାଇଛି । ସେହିପରି ପୂର୍ବତନ ବିଡିଏ ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁବାଷ ମହାରଣାଙ୍କୁ ସମ୍ପାଦକ ପଦବୀ ସହ ସଶକ୍ତ ଓଡ଼ିଶାରେ ଦାୟୀତ୍ୱ ମଧ୍ୟ ଦିଆଯାଇଛି । ଯୁଗ୍ମ ସମ୍ପାଦକ ଭାବେ ୪୧ଜଣିଆ ତାଲିକାରେ ଗଞ୍ଜାମ ଜିଲ୍ଲାରୁ ୪ଜଣଙ୍କୁ ଅବସ୍ଥାପିତ କରାଯାଇଛି । ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ସହ ସମ୍ପାଦକ ସହ(ୟୁଥ୍ ଏଫାୟର୍ସ), ସମୀର ପ୍ରଧାନ ଓଡ଼ିଶା ମୋ ପରିବାର, କୈଳାଶ ରଣା ସଶକ୍ତ ଓଡ଼ିଶା, ତୁମ୍ବନାଥ ପଣ୍ଡା ଆଞ୍ଚଳିକ ବିକାଶ ପଦବୀରେ ଅବସ୍ଥାପିତ କରାଯାଇଛି । ଏହାସହ ବିଭିନ୍ନ ପଦ ପଦବୀରେ ତାଙ୍କୁ ଦାୟୀତ୍ୱ ଦିଆଯିବା ସହ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କୁହାଯାଉଛି । ଦାୟୀତ୍ୱ ମହିଳାପରେ ଉପରକ୍ତ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ କର୍ମକର୍ତ୍ତାମାନେ ସ୍ୱାଗତ ଜଣାଇଛନ୍ତି । ବ୍ରହ୍ମପୁରସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମହାନଗର ଯୁବ ସଭାପତି ମୁକୁନ୍ଦ ଗୌଡ, ଉପସଭାପତି ଆର୍.ମୂରଲୀ ମୋହନ, ଯୁବନେତା ବିଜୟ ଭାସ୍କର ସିଂ ସାମନ୍ତ ପ୍ରମୁଖ ଉପସ୍ଥିତରହି ସମ୍ପାଦକ ଶ୍ରୀ ମହାରଣାଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।