କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୨0/0୮/୨0୨0,ପୁରୀ ଜିଲ୍ଲାରେ କରୋନା ସଂକ୍ରମଣର ଭୟଭୟତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କରୋନା ରୋଗ ପ୍ରତି ରୋଧକ ହୋମିଓପ୍ୟାଥିକ ଔଷଧ ତୃତୀୟ ପର୍ଯ୍ୟାୟରେ ସ୍ଥାନୀୟ ନୀଳାଦ୍ରି ଭକ୍ତ ନିବାସରେ ଏକ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଚଳିତ ମାସ ୨୦ ଓ ୨୧ ତାରିଖ ରେ ଆୟୋଜନ କରାଯାଇଛି।
ସୂଚନାଯୋଗ୍ୟ ଗତ ଜୁନ ଏବଂ ଜୁଲାଇ ମାସରେ ମଧ୍ୟ ଏହିଭଳି ଶିବିର ଆୟୋଜନ କରାଯାଇ ଏହି ଔଷଧ ପ୍ରାୟ ୧୨୦୦ ସେବାୟତ ପରିବାରଙ୍କୁ ନିଶୁକ୍ଳ ବିତରଣ କରଯାଇଥିଲା। ପ୍ରଶାସନ ରୁ ପ୍ରାପ୍ତ ଖବର ଅନୁସାରେ ଏହି ହୋମିଓପ୍ୟାଥିକ ଔଷଧ ସେବନ କରିଥିବା ସେବାୟତମାନେ ସୁସ୍ଥ ଅଛନ୍ତି।
ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧକ୍ରମେ ଭାରତ ସରକାରଙ୍କ ଆଞ୍ଚଳିକ ହୋମିଓପ୍ୟାଥିକ ଗବେଷଣା ସଂସ୍ଥାନ ତରଫରୁ ଏହି ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି। ପ୍ରଥମ ଦିବସରେ ପ୍ରାୟ ୧୧୫୦ ସେବାୟତଙ୍କୁ ଏହି ଔଷଧ ଦିଆଯାଇଛି।
ଆଞ୍ଚଳିକ ହୋମିଓପ୍ୟାଥିକ ଗବେଷଣା ସଂସ୍ଥାନର ଗବେଷଣା ଅଧିକାରୀ ଡାକ୍ତର ଉମାକାନ୍ତ ପୃଷ୍ଟି ଓ ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଏବଂ ଶ୍ରୀମନ୍ଦିର ସେବାୟତ କଲ୍ୟାଣ ଚିକିତ୍ସାଳୟର ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡାକ୍ତର ପଞ୍ଚାନନ ପ୍ରଧାନ ମିଳିତ ଭାବେ ଶିବିର ପରିଚାଳନା କରୁଛନ୍ତି।