
- ଅକ୍ଟୋବର ପହିଲାରୁ 19ଟି ସମନ୍ଵିତ କ୍ଷେତ୍ରୀୟ କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିବେ
ନୂଆଦିଲ୍ଲୀ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଦକ୍ଷତା ବୃଦ୍ଧି ତଥା ସମୟୋଚିତ କାର୍ଯ୍ୟ ପାଇଁ ମନ୍ତ୍ରଣାଳୟ 19ଟି ସମନ୍ଵିତ କ୍ଷେତ୍ରୀୟ କାର୍ଯ୍ୟାଳୟ ଗୋଟିଏ ସ୍ଥାନରୁ କାର୍ଯ୍ୟ କରିବା ପାଇଁ ଅନୁମୋଦନ କରିଛି । ଏହି ସମନ୍ଵିତ ଆଞ୍ଚଳିକ କାର୍ଯ୍ୟାଳୟ (ଆଇଆରଓ)ଅକ୍ଟୋବର ପହିଲାରୁ କାର୍ଯ୍ୟ ଆରମ୍ଭ କରିବ ।
ଏହି ଆଇଆରଓ ଯେଉଁ ମାନବ ଓ ଅର୍ଥ ସମ୍ବଳକୁ ନେଇ କାର୍ଯ୍ୟ କରିବ ସେଗୁଡିକ ହେଲା 10ଟି ଆଞ୍ଚଳିକ କାର୍ଯ୍ୟାଳୟ(ଆରଓଏଚକ୍ୟୁ ଡିଭିଜନ), ଭାରତୀୟ ଜଙ୍ଗଲ ସର୍ଭେର 4ଟି ଆଞ୍ଚଳିକ କାର୍ଯ୍ୟାଳୟ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର 3ଟି ଆଞ୍ଚଳିକ କେନ୍ଦ୍ର, କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ 4ଟି ଆଞ୍ଚଳିକ କାର୍ଯ୍ୟାଳୟ, ବନ୍ୟାପ୍ରାଣୀ ଅପରାଧ ବ୍ୟୁରୋର 5ଟି ଆଞ୍ଚଳିକ ଓ 3ଟି ଉପଆଞ୍ଚଳିକ କାର୍ଯ୍ୟାଳୟ ।